ଓଡ଼ିଶା ଖବରନ୍ୟୁଜ୍

ପୋଖରୀରେ ବୁଡି ବୃଦ୍ଧ ମୃତ

ପୋଖରୀରେ ବୁଡି ବୃଦ୍ଧ ମୃତ

ବାଉଁଶୁଣି( ଜି :ପ୍ର ଓଡିଶା ହାଲଚାଲ):- ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଅଁଳାପାଲି ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡି ଜଣେ ବୃଦ୍ଧ ମୃତ।

ସୂଚନା ଅନୁସାରେ ଗୁରୁବାର ଦିନ ଅପରାହ୍ନରେ ଅଁଳାପାଲି ଗ୍ରାମର ମଧୁସୂଦନ ମେହେର (୮୦) ପୋଖରୀକୁ ଗାଧେଇବାକୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ।ପରେ ଖବର ପାଇ ପୁଅ ପୋଖରୀକୁ ଯାଇ ବାପାଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ଓ ବାଉଁଶୁଣି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ବାଉଁଶୁଣି ପୋଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରିଥିଲା ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ କୁ ପଠାଇ ଦେଇଥିଲେ।ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂ ସୂଚନା ଦେଇଛନ୍ତି।

Related posts

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୋଲିସର ତଦନ୍ତ

Odisha Halchal

ଘାରିଲା ଟଙ୍କା ଲୋଭ, ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା, ନାଳରେ ଫିଙ୍ଗିଦେଲା…

Odisha Halchal

କାମ ର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ

Odisha Halchal

Leave a Comment