ଅପରାଧଓଡ଼ିଶା ଖବରନ୍ୟୁଜ୍

ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ମୃଦୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ(ବ୍ୟୁରୋ ଓଡିଶା ହାଲଚାଲ):- ମୃଦୁ ପାନୀୟରେ ନିଶା ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଟକ ସହରର ମର୍କତନଗର ଥାନାରେ ଏନେଇ ଯୁବତୀ ଜଣକ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ଅଭିଯୋଗ ଅନୁଯାୟୀ, ଗତବର୍ଷ ଜାନୁଆରି ୨ ତାରିଖରେ ସିଡିଏ ସେକ୍ଟର୍‌-୯ର ଜଣେ ଯୁବତୀ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଜିମ୍‌ରେ ଭର୍ତ୍ତି ହୋଇଥିଲେ।

ଏହାରି ଭିତରେ ସେ ଏହି ଜିମ୍‌ର ମାଲିକଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିବର୍ଷ ଫେବ୍ରୁଆରି ୧୨ ତାରିଖରେ ମାଲିକ ଏହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପାଇଁ ଏନର୍ଜି ଡ୍ରିଙ୍କ ଏବଂ ସପ୍ଲିମେଣ୍ଟ ନେବାକୁ ଚିନ୍ମୟ ପରାମର୍ଶ ଦେଇଥିଲେ।

ଯୁବତୀଙ୍କୁ କାଶ୍ମୀର ନେଇ ସେଠାରେ ବି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଜିମ୍ ମାଲିକ ମୋବାଇଲ୍‌ରେ ରେକର୍ଡ କରି ଯୁବତୀଙ୍କୁ ବ୍ଲାକମେଲ୍ କରିବା ସହିତ ଟଙ୍କା ଲୁଟିବା ଭଳି ସଂଗିନ ଅଭିଯୋଗ ମର୍କତନଗର ଥାନାରେ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts

ହାଇସ୍କୁଲ ପଡିଆରେ ନିଯୁକ୍ତି ମେଳା

Odisha Halchal

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

Odisha Halchal

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା

Odisha Halchal

Leave a Comment