ଓଡ଼ିଶା ଖବରନ୍ୟୁଜ୍

ଫେସବୁକରେ ଲାଇଭ କରି ଆତ୍ମହତ୍ୟା

ଫେସବୁକରେ ଲାଇଭ କରି ଆତ୍ମହତ୍ୟା

ବାଲେଶ୍ଵର:-କମର୍ଦ୍ଦା ଥାନା ନହରା ପଞ୍ଚାୟତ ବଡମନ୍ଦାରୁଣୀ ଗ୍ରାମର ରାଜକିଶୋର ଓରଫ କାହ୍ନୁ ମହାନ୍ତି (୩୫)ନାମକ ଜଣେ ଯୁବକ ୮ ମିନିଟ ୫ ସେକେଣ୍ଡ ର ଏକ ଭିଡିଓକୁ ଫେସବୁକରେ ପୋଷ୍ଟ କରିବା ପରେ ହାଇଦ୍ରାବାଦରେ ତାଙ୍କ ଭଡ଼ା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣରେ କାହ୍ନୁ ନିଜ ପତ୍ନୀ ଓ ଶାଶୁ ଙ୍କୁ ଦାୟୀ କରିଥିବା ବେଳେ ଏହି ଭିଡିଓ ଟି ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି।ରାଜକିଶୋରଙ୍କ ଏପରି ଅଭାବନୀୟ ମୃତ୍ୟୁ ଖବର ଗାଁ ରେ ପ୍ରଚାରିତ ହେବାପରେ ଗାଁ ରେ ରହୁଥିବା ତାଙ୍କ ବାପା ମା ପାଗଳ ହୋଇ ଯାଇଛନ୍ତି।ସେହିପରି ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଏହି ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ରାଜକିଶୋର ଗତ କିଛି ବର୍ଷ ଧରି ହାଇଦ୍ରାବାଦରେ ନିଜ ପତ୍ନୀ ଓ ଦୁଇ ପୁଅ ସହ ରହୁଛନ୍ତି।

ତେବେ ତିନିଦିନ ତଳେ ତାଙ୍କ ପତ୍ନୀ ଓ ପିଲାମାନେ ଭଡ଼ା ଘରେ ନଥିବା ବେଳେ ସେ ଭିତରପଟୁ କବାଟ ବନ୍ଦ କରି ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ରାଜକିଶୋର ଙ୍କ ଫେସବୁକରେ ଉକ୍ତ ଭିଡିଓକୁ ସେଠାରେ ରହୁଥିବା ତାଙ୍କର କିଛି ସମ୍ପର୍କୀୟ ଦେଖି ତାଙ୍କର ସେହି ଭଡ଼ାଘରେ ପହଞ୍ଚିଥିଲେ।କିନ୍ତୁ ଘରର କବାଟ ଭିତରପଟୁ ବନ୍ଦ ଥିବା ସେମାନେ କବାଟ ଭାଙ୍ଗି ଘର ଭିତରେ ପଶିବା ସହ ଝୁଲନ୍ତା ଅବସ୍ଥାରେ ରାଜକିଶୋର ଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।ମୃତ୍ୟୁ ପରେ ରାଜକିଶୋର ଙ୍କ ମୃତ୍ୟୁ ପୂର୍ବରୁ ସେହି ୮ ମିନିଟ ୫ ସେକେଣ୍ଡର ଭିଡ଼ିଓ ଖୁବ ଜୋରରେ ଭାଇରାଲ ହେଉଛି।ଭିଡ଼ିଓରେ ସେ କହୁଛନ୍ତି ବାପା ମା ମୋର ପ୍ରଣାମ ନେବ।ମୁଁ ତୁମ ବଡ଼ପୁଅ ହୋଇ କିଛି କରିପାରିଲିନି।କେବଳ ତୁମ୍ଭମାନଙ୍କୁ ଅଶାନ୍ତି ଦେଇଛି।ସାନ ଭାଇ ପ୍ରତି ବଡ଼ ଭାଇର କର୍ତ୍ତବ୍ୟ ମଧ୍ୟ କରି ପାରିଲିନି।କିଛି ଅର୍ଥ ସଞ୍ଚୟ କରିଛି ତାହା ବାପୁନ ଜରିଆରେ କାମରେ ଲଗାଇବ।

ମୁଁ ଆଉ ଯନ୍ତ୍ରଣା ସହି ପାରୁନି।ପ୍ରତି ମୁହୁର୍ତ୍ତ ରେ ଅଶାନ୍ତି ରେ ମରୁଛି।ମୋ ପତ୍ନୀ ମୋତେ ଅହରହ ଗାଳିଗୁଲଜ କରୁଛି।ଶାଶୁବି ମୋତେ ବାଧିଲା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି।ବହୁତ ଚେଷ୍ଟା କରିଛି ଯେ ସଂସାର କୁ ଭଲରେ ଚଳାଇବି।ସମସ୍ତ ଙ୍କୁ ଭଲରେ ରଖିବି। ହେଲେ ସମ୍ଭବ ହେଲାନି।ମୋ ଉପରେ ଯାହାର ବି ରାଗ ଅଛି ମୋତେ କ୍ଷମା କରିଦେବ।ବହୁତ କଥା ମୁଁ ବାପା ମାଆଙ୍କୁ ଲୁଚାଇଛି।ମୋ ପାଇଁ ପତ୍ନୀ, ଦୁଇ ପିଲା ଓ ଶଶୁର ଘରେ ଅଶାନ୍ତି ହେଉଛି ବୋଲି ପତ୍ନୀ ଓ ଶାଶୁ କହୁଛନ୍ତି।ମୁଁ ମୋ ପାଇଁ କିଛି ନକରି ସମସ୍ତଙ୍କ ପାଇଁ କରିଛି।ଚେଷ୍ଟା କରିଛି ସମସ୍ତଙ୍କୁ ଖୁସି ଦେବାକୁ।କିନ୍ତୁ ମୋତେ କୁହାଯାଉଛି ମୁଁ କାହା ପାଇଁ କିଛି କରିନି।ମୋ ପତ୍ନୀ କହୁଛି ମୁଁ ମଲେ ସେ କୁଆଡେ ଶାନ୍ତି ପାଇବ।ତେଣୁ ମୁଁ ଦୁନିଆ ଛାଡି ଚାଲି ଯାଉଛି।ମୋ ପାଇଁ କେହି ଅବଶୋଷ କରିବନି।ମୋ ଦେହ ଭୀଷଣ ଅସୁସ୍ଥ।ଅସହ୍ୟ ଯନ୍ତ୍ରଣା।

ମୋ ପତ୍ନୀ ମୋର ସେବା କରିବା ତ ଦୁରର କଥା ପାଣି ଟିକେ ଦେଲାନି।ମୋ ପୁଅକୁ ବି ପାଣି ମାଗିଲି।ମୋ ପତ୍ନୀ ପୁଅକୁ ପାଣି ଦେଏନି ବୋଲି ମନାକଲା।ବାପୁନି ମୋ ସାନ ଭାଇ ତୋତେ ମୋର ବାପାମା,ଦୁଇ ଛୁଆ ଲାଗିଲା।ମୋର ବ୍ୟାଙ୍କ ଜମା,ଏଲଆଇସି ଓ ଇପିଏଫ ସମ୍ପର୍କରେ ସବୁ ତଥ୍ୟ ଡାଇରୀ ରେ ଲେଖାଅଛି।ଡାଇରୀ ଟି ମୋ ବ୍ୟାଗରେ ଅଛି।୮.୫ ମିନିଟର ଏହି ଭିଡିଓକୁ ରାଜକିଶୋର ନିଜେ ଉତ୍ତୋଳନ କରିବା ପରେ ଫେସବୁକରେ ମୃତୟନ କରିଥିଲେ।ତେବେ ସେ ଭିଡ଼ିଓ ସୁଟିଂ କରିବା ଓ ଆତ୍ମହତ୍ୟା ସମୟରେ ତାଙ୍କ ପତ୍ନୀ ଦୁଇ ଛୁଆଙ୍କୁ ନେଇ କୋଉଠି କୁ ଯାଇଥିଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପାରିବାରିକ କଳହ କୁ ନେଇ ରାଜକିଶୋର ଙ୍କ କରୁଣ ପରିଣତି ଓ ତିକ୍ତ ଅନୁଭୁତି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Related posts

2023 ବିଶ୍ୱ ହକି ମହାକୁମ୍ଭ କୁ ଜନାଦୃତ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି

Odisha Halchal

ଟ୍ରେନରେ ଲାଗିଲା ନିଆଁ

Odisha Halchal

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି(ଦିଶା) ବୈଠକ

Odisha Halchal

Leave a Comment