ଓଡ଼ିଶା ଖବରନ୍ୟୁଜ୍

ଆମ ଆଦମୀ ପାର୍ଟିର ଜିଲ୍ଲାପାଳ କାର୍ଯ୍ୟାଳୟ ସଂମୁଖରେ ଧାରଣା

ଆମ ଆଦମୀ ପାର୍ଟିର ଜିଲ୍ଲାପାଳ କାର୍ଯ୍ୟାଳୟ ସଂମୁଖରେ ଧାରଣା

ବାଲେଶ୍ୱର :-ଆଦମୀ ପାର୍ଟି ବାଲେଶ୍ୱର ଜିଲ୍ଲା ତରଫରୁ ବାଲେଶ୍ୱର ପୋଲିସ ଲାଇନ ପଡିଆ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲି କରିଥିଲେ, ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ସଂମୁଖରେ ଧାରଣା ଦେଇଥିଲେ l ମିଶନ ଶକ୍ତିରେ କାମ କରୁଥିବା ସହାୟକ ଷ୍ଟାଫ ଯଥା ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର ଏବଂ ଏଲଏସପି ମାନଙ୍କର ଚାକିରୀକୁ ସ୍ଥାୟୀ କରିବା ଏବଂ ଦରମା ବୃଦ୍ଧି କରିବା ପାଇଁ ଏହି ଆନ୍ଦୋଳନ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦିଆଯାଇଛି l

ବିଜୁ ଜନତା ଦଳ ଦୀର୍ଘ ଦିନରୁ କାମ କରୁଥିବା ଏହି ସହାୟକ ଷ୍ଟାଫ ମାନଙ୍କର ଯୁକ୍ତିଯୁକ୍ତ ଦାବିକୁ ଅଣଦେଖା କରାଯାଉଛି l ମିଶନ ଶକ୍ତିକୁ ନିଜ ସରକାରର ସବୁଠାରୁ ସଫଳ କାର୍ଯ୍ୟକ୍ରମ ଭାବରେ ପ୍ରଚାର କରୁଥିବା ବିଜେଡି ସରକାର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରସ୍ତୁତ ନୁହେଁ l ଫେବୃଆରୀ 20 ତାରିଖରେ ପ୍ରାୟ 20 ହଜାର ମିଶନ ଶକ୍ତି ସହାୟକ କର୍ମଚାରୀ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କଲେ ନାହିଁ l

2023-24 ବଜେଟକୁ ଏକ ବଳକା ବଜେଟ ଅର୍ଥାତ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି ବୋଲି ଦାବି କରୁଥିବା ବିଜେଡି କାହିଁକି ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ରାଜି ହେଉନାହିଁ ତାହା ଜଣାପଡ଼ୁନାହିଁ l ବୋଲି ଆପ ସଭାପତି ସ୍ବର୍ଣ୍ଣଭାରତ ମଲ୍ଲିକ ପ୍ରଶ୍ନ କରିଥିଲେ ଏମାନଙ୍କୁ କେବଳ ନିର୍ବାଚନରେ ପ୍ରଚାର କାମରେ ଲଗାଇବା ପାଇଁ ଏବଂ ସବୁଦିନେ ବିଜେଡି ପାଖରେ ଭୟଭୀତ କରି ରଖିବାର ଯୋଜନା ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରୁଛି lତେଣୁ ତୁରନ୍ତ ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆଜି ଆମ ଆଦମୀ ପାର୍ଟି ଦାବି କରୁଛି l

Related posts

ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା, ଡ୍ରାଇଭର ଗୁରୁତର

Odisha Halchal

କିଭ୍‌ ଦଖଲ କରିପାରିଲାନି ରୁଷ ସେନା, ନୂଆ ‘ଆର୍ମି ଜେନେରାଲ’ ଆଣିଲେ ପୁଟିନ୍‌

Odisha Halchal

ମାଟିତଳେ ମାଓବାଦୀ ପୋତି ଥିଲେ ଆଇଡି

Odisha Halchal

Leave a Comment