ଓଡ଼ିଶା ଖବରନ୍ୟୁଜ୍

ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ପେଟ ପାଇଁ ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ। ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକ ମୃତଦେହ ଆଜି ଗାଁରେ ପହଞ୍ଚିଛି। ମୃତକ ମାନେ ହେଲେ ଅନଙ୍ଗ ପ୍ରଧାନ ଓ ଜୟ ଭୋକ୍ତା । ଉଭୟ ବୌଦ୍ଧରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ। ରୋଜଗାରିଆ ପୁଅର ମୃତଦେହ ଦେଖି ଭାଙ୍ଗି ପଡିଛନ୍ତି ପରିବାର ଲୋକେ। କ୍ଷତିପୂରଣ ଦାବିରେ ଦଲାଲ ଘର ଆଗରେ ଧାରଣାରେ ବସିଛନ୍ତି ମୃତ ଜୟଙ୍କ ପରିବାର ଲୋକେ।

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିରାଡ଼ ଗାଁର ଅନଙ୍ଗ ପ୍ରଧାନ, ବଘୁଆକଟା ଗାଁର ଜୟ ଭୋକ୍ତା ଓ ବୌଦ୍ଧ ଥାନା ବରଝୁଲି ଗାଁର ସାନନ୍ଦ ଭୋଇ ତାମିଲନାଡୁର ତାମ୍ବରମ ଅଞ୍ଚଳର ଏକ ଘରୋଇ ମାର୍ବଲ କମ୍ପାନୀରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଏକ ମିନି ଟ୍ରକରେ କୌଣସି ଏକ ସ୍ଥାନକୁ ମାର୍ବଲ ନେଇ ଯାଉଥିବା ସମୟରେ ଦୁର୍ଘଟଣା ଅନଙ୍ଗ ପ୍ରଧାନ ଏବଂ ଜୟ ଭୋକ୍ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ଜଣାପଡିବା ପରେ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ଯୋଗାଯୋଗ କରି ଉଭୟଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଓଡିଶା ପଠାଇଥିଲେ। ଆଜି ଜିରାଡ଼ ଗାଁରେ ଅନଙ୍ଗଙ୍କ ମୃତଦେହ ପହଂଚିବା ପରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା ।

ସେପଟେ ବଘୁଆକଟା ଗାଁରେ ମଧ୍ୟ ଜୟ ଭୋକ୍ତାଙ୍କ ମୃତଦେହ ପହଁଚିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଜୟ ଭୋକ୍ତାଙ୍କ ପରିବାର ପକ୍ଷରୁ ଶ୍ରମିକ ଦଲାଲ ସୁଶାନ୍ତ ପ୍ରଧାନଙ୍କ ଘର ସମ୍ମୁଖରେ ମୃତଦେହ ରଖି ଧାରଣରେ ବସିଛନ୍ତି । ତେବେ ଦଲାଲ ୧୫ ଲକ୍ଷ ଟଙ୍କା କ୍ଷତି ପୂରଣ ନଦେବା ଯାଏଁ ମୃତଦେହ ଉଠିବ ନାହିଁ ବୋଲି ପରିବାର ଲୋକେ ଚେତବନୀ ଦେଇଛନ୍ତି।

Related posts

ଦେବୀ ମା ମଝିଘରିଆଣି ମା ଙ୍କ ହୁଣ୍ଡିରେ ପୁଳା ପୁଳା ଟଙ୍କା, ସୁନା

Odisha Halchal

FY୨୩ର ଆର୍ଥିକ ବିକାଶ ଅନୁମାନକୁ ସଂଶୋଧନ କଲା ଏସବିଆଇ, ଜିଡିପି ଗ୍ରୋଥ ୭.୫% ରହିବା ସମ୍ଭାବନା

Odisha Halchal

ବିଭିନ୍ନ ଦାବି ନେଇ ସାମ୍ବାଦିକଙ୍କ କଳା ବ୍ୟାଜ ପରିଧାନ

Odisha Halchal

Leave a Comment