ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକା ଝିଅକୁ ବିକ୍ରି କଲା ବାପା

ନାବାଳିକା ଝିଅକୁ ବିକ୍ରି କଲା ବାପା

ବଲାଙ୍ଗୀର:- ପାଟଣାଗଡ଼ ଉପଖଣ୍ଡ ଘସିଏନ ଗାଁରେ ମଧ୍ୟସ୍ଥି ଜରିଆରେ ଝିଅକୁ ବିକ୍ରି ବେଳେ ଧରିଲା ପୋଲିସ । ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ 4 ଅଟକ । ନବମ ଶ୍ରେଣୀର ଝିଅକୁ ରାଜସ୍ଥାନ ଚାଲାଣ ଉଦ୍ୟମ କରୁଥିଲା ସାବତ ବାପା ।

ଝିଅକୁ ଚାଲାଣ ପାଇଁ 50 ହଜାର ଟଙ୍କା ଅଗ୍ରୀମ ନେଇଥିଲା ସେ । ଏଥିପାଇଁ ଝିଅକୁ ବଧୂବେଶରେ ସଜାଇ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚିଥିଲା । କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ରେଳବାଇ ପୋଲିସ ସେଠାରେ ପହଞ୍ଚି ପଚରା ଉଚରା କରିଥିଲେ । ବଧୂ ବେଶରେ ସଜ୍ଜିତ ଝିଅଟି ନାବାଳିକା ହୋଇଥିବା ଏବଂ ତାଙ୍କୁ ରାଜସ୍ଥାନ ଚାଲାଣ କରୁଥିବା ଜଣାପଡିଥିଲା ।

ପରେ କଣ୍ଟାବାଞ୍ଜି ରେଳବାଇ ପୋଲିସ ଉକ୍ତ ନାବାଳିକାକୁ ନିଜ ହେପାଜତକୁ ନେଇ ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ 4 ଜଣ ଙ୍କୁ ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଛି ।

Related posts

ବହୁ ବାଦ ବିବାଦ ପରେ ହାତରୁ ଦି’ହାତ ହେବାକୁ ଯାଉଛନ୍ତି ତିର୍ତ୍ତୋଲ ବିଧାୟକ

Odisha Halchal

ଖାଉଛନ୍ତିକି ସୁଗାର ଫ୍ରି ଟାବଲେଟ ? ଶରୀରରେ ଅଧିକ ରହିଛି କ୍ୟାନସର ହେଇପାରେ

Odisha Halchal

ଗରିବ ପୁଅଝିଅଙ୍କ ପାଠ ପାଇଁ ଖୋଲିଲା ସ୍କିମ

Odisha Halchal

Leave a Comment