ଓଡ଼ିଶା ଖବରନ୍ୟୁଜ୍

ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର 40ତମ ବାର୍ଷିକ ଉତ୍ସବ

ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର 40ତମ ବାର୍ଷିକ ଉତ୍ସବ

ନୂଆପଡ଼ା (ଓଡ଼ିଶା ହାଲଚାଲ):- ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥିତ ଟିକ୍ରାପଡା ଗ୍ରାମପଞ୍ଚାୟତ ସ୍ଥାନୀୟ ଗ୍ରାମରେ ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷୟିତ୍ରୀ ଅନିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀମତୀ ଦୀପିକା ଦୀପ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଶ୍ରୀ ଗୌରାଙ୍ଗ ସାହୁ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଯମୁନା ହରିଜନ,

ସମିତି ସଭ୍ୟା ରୋମାଞ୍ଜଳୀ ଦଳପତି ଏ ବିଇଓ ଶ୍ରୀ ଶୁଭ୍ରାଂଶୁ ମୋଲି ପୁରୋହିତ, ପରିଚାଳନା କମିଟି ସଭାପତି ରଂଜିତ ଦଣ୍ଡସେନା, ସିଆରସିସି ଗୌରଚନ୍ଦ୍ର ରଣା ପ୍ରମୁଖ ଯୋଗଦାନ କରିଥିଲେ. ବରିଷ୍ଠ ଶିକ୍ଷକ ଉମା ଶଙ୍କର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ନଗେନ୍ଦ୍ର ପଣ୍ଡା, ଡିଲୁ ସାହୁ, ମାନସୀ ମଞ୍ଜରୀ ଜଗତ, ନିଗମ ବେହେରା, ଶୁକଦେବ ପ୍ରଧାନ, ଅମିତ ଦୁବେ, ଶ୍ରୀଧର ଦଣ୍ଡସେନା, ମମତାଞ୍ଜଳୀ ଶବର, ରଜନୀ ଦୀପ ପ୍ରମୁଖ ସହଯୋଗ କରିଥିଲେ. ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟ ହେଉଛି ଜ୍ଞାନ ଅର୍ଜନ କରିବାର ପୀଠ. ସେଠାରେ ଗୁରୁଜୀଗୁରୁମାଙ୍କ ତତ୍ତ୍ୱବଧାନରେ ଶିଶୁର ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ସାଧିତ ହୋଇଥାଏ. ବାର୍ଷିକ ଉତ୍ସବ ପାଳନ ହେବା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ଗୁଣ ପ୍ରକାଶ ହୋଇଥାଏ. ପିଲାମାନେ ଦୁନିଆରେ ସବୁ କ୍ଷେତ୍ରରେ ଆଗୁଆ ହେବାର ସାମର୍ଥ ପ୍ରଦର୍ଶନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି।

Related posts

ଜାତୀୟ ସେବା ଯୋଜନାର ଶୀତ କାଳୀନ ସ୍ଵତଂନ୍ତ୍ର ଶିବିର

Odisha Halchal

ମୁଁ ଚାହେଁ ତମର ବିକାଶ ହେଉ-ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

Odisha Halchal

ବେଆଇନି କଂସେଇଖାନା ଉପରେ ପୋଲିସର ଚଢ଼ାଉ

Odisha Halchal

Leave a Comment