ଓଡ଼ିଶା ଖବରନ୍ୟୁଜ୍

TPWODL କୋମନା ବିଦ୍ୟୁତ ବିଭାଗ ତରଫରୁ ଏକକାଳୀନ ବକେୟା ପରିଶୋଧ ଯୋଜନା

TPWODL କୋମନା ବିଦ୍ୟୁତ ବିଭାଗ ତରଫରୁ ଏକକାଳୀନ ବକେୟା ପରିଶୋଧ ଯୋଜନା

ନୂଆପଡା:-କୋମନା ବ୍ଲକ କୁରେଶ୍ୱର ଗ୍ରାମ ପଂଚାୟତ ପ୍ରାଙ୍ଗଣରେ କୋମନା ବିଦ୍ୟୁତ ବିଭାଗ ତରଫରୁ ଏକକାଳୀନ ବକେୟା ଟଙ୍କା ପରିଶୋଧ କରିବା ପାଇଁ ବିଦ୍ୟୁତ ଗ୍ରାହକ ମାନଙ୍କ ସୁବିଧା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି. ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବିଦ୍ୟୁତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ. ସେମାନେ ହେଲେ SDO -ଅବିନାଶ ବିଶ୍ୱାଳ, JE -ସିଦ୍ଧାର୍ଥ ଶଙ୍କର ମହାମୁଦ, AOT ଜ୍ୟୋତି ରଞ୍ଜନ ପଣ୍ଡା, BE ଫାଲ୍ଗୁନୀ ରଣା, A/c. ଅଭିମନ୍ୟୁ ପାର୍ଟସ ଓ କେଶବ ଚନ୍ଦ୍ର ମେହେର, Executive Engineer ସମ୍ବିତ କୁମାର ନନ୍ଦ ଉପସ୍ଥିତ ରହି ଏହି ସମସ୍ତ ଗ୍ରାହକମାନଙ୍କୁ ଏହି ଯୋଜନା ବିଷୟରେ ଅବଗତ କରାଇଥିଲେ।

ଏକ କାଳୀନ ବକେୟା ପରିଶୋଧ ଯୋଜନା (OTS ) ସୁବିଧା 22.04.2023ପର୍ଯ୍ୟନ୍ତ ସୀମିତ ଅବଧି ପାଇଁ ଉପଲବ୍ଧ ହେବ.
ଏହି ଯୋଜନାରେ ଆକର୍ଷଣୀୟ ରିହାତି ବ୍ୟବସ୍ଥା ରହିଛି.3ଟି କିସ୍ତିରେ bill ପଇଠ କରିପାରିବେ ଯେଉଁ ଗ୍ରାହକ ମାନଙ୍କର ବିଦ୍ୟୁତ ବିଲ ସମ୍ବଦ୍ଧିତ ମାଳି ମୋକଦ୍ଧମା ବିଭିନ୍ନ କୋର୍ଟ, କଚେରୀ ବିଚାର ପୀଠରେ ବିଚାରଧୀନ ରହିଛି ସେମାନେ ମଧ୍ୟ ସେଗୁଡିକ ପ୍ରତ୍ୟାହାର କରି ଯୋଜନାର ସୁବିଧା ପାଇ ପାରିବେ।

ଯେଉଁ ଗ୍ରାହକ ମାନଙ୍କର 31-12-2022ସୁଦ୍ଧା ବିଦ୍ୟୁତ ସଂଯୋଗ ବିଛିନ୍ନ କିମ୍ବା ବିଛିନ୍ନ ନୋଟିସ ଜାରି କରାଯାଇଛି ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇ ପାରିବେ ଏହି ଯୋଜନା ଅନୁଯାଇ ଗ୍ରାହକ ବକେୟା ବିଲର ସଂଶୋଧନ କିମ୍ବା ଏକକାଳୀନ ବକେୟା ପରିଶୋଧ ଯୋଜନା ପାଇଁ ବିକଳ୍ପ ଚୟନ କରିପାରିବେ.ତେଣୁକରି ବିଦ୍ୟୁତ ବିଭାଗର ଏହି ଯୋଜନାକୁ ପ୍ରତ୍ୟେକ ଗ୍ରାହକ ଜାଣିବାକୁ ଚେଷ୍ଟା କରନ୍ତୁ ଓ ସଫଳ ବିଦ୍ୟୁତ ଗ୍ରାହକ ହିସାବରେ ପରିଗଣିତ ହୁଅନ୍ତୁ।

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ ୩ ଗୁରୁତର।

Odisha Halchal

ମାନସ ସ୍ୱାଇଁ ହତ୍ୟା ମାମଲା : ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

Odisha Halchal

ଡିଜିଟାଲ ଓଜନ ମେସିନ ରେ ଠକାମୀ

Odisha Halchal

Leave a Comment