ଅପରାଧଓଡ଼ିଶା ଖବରନ୍ୟୁଜ୍

ଗଞ୍ଜେଇରେ ଭର୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଗଞ୍ଜେଇରେ ଭର୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ(ବ୍ୟୁରୋ ଓଡିଶା ହାଲଚାଲ):-ଗଞ୍ଜେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଚାଳକ ଫେରାର ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଯୋର ତେଲନଦୀ ସେତୁର ସଂଯୋଗ ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲା ।ଦୁର୍ଘଟଣା ପରେ ଗାଡିରୁ ଚାଳକ ଫେରାର ହୋଇଥିବା ବେଳେ ଗାଡ଼ିରେ ରକ୍ତର ଛିଟା ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଜି ଦିନ ୨ଟା ସମୟରେ ପଲସାଗୋରା ପଟରୁ( ଓଡ଼ି ୧୫ ଡବ୍ଲୁ ୩୮୭୮)ନମ୍ବର ବିଶିଷ୍ଟ ଗାଡ଼ିଟି ଦୃତ ଗତିରେ ଯାଉଥିବା ବେଳେ ନିର୍ମାଣାଧୀନ ପୋଲ ନିକଟ ସଂଯୋଗ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦୁର୍ଘଟଣା ପରେ ଚାଳକ କାଚ ଭାଙ୍ଗି ବାହାରକୁ ଆସି ଦୁଇଟି ମୋଟର ସାଇକେଲ ରେ କିଛି ବସ୍ତାରେ ଧରି ବୈଦ୍ୟନାଥ ପଟକୁ ଯାଉଥିବା କହିଛନ୍ତି ।

ପରେ ଗାଡ଼ି ଭିତରୁ ଗଞ୍ଜେଇ ର ବାସ୍ନା ଆସୁଥିବା ବେଳେ ଆହତ ଲୋକଙ୍କୁ ଚିକିତ୍ସା ପରିବର୍ତ୍ତେ କିଛି ବସ୍ତା ଧରି ଘଟଣା ସ୍ଥଳରୁ ଚାଲିଯିବା ଯୋଗୁଁ ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ଖବର ପାଇ ମନମୁଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ସୂଚନା ଥାଉକି, ଗବଯୋର- ବୈଦ୍ୟନାଥ ତେଲ ନଦୀ ସେତୁ କାମ ସଂପୂର୍ଣ୍ଣ ହେବା ପର ଠାରୁ ଦୈନିନ୍ଦିନ ଏପରିକି ଦିନ ଦ୍ୱିପ୍ରହରରେ ମଧ୍ୟ ପୋଲିସ କୁ ଖୋଲା ଚେଲେଞ୍ଜ ଦେଇ ଗଞ୍ଜେଇ ମାଫିଆମାନେ ଖୁଲମଖୁଲା ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ।ଯାହାର ଟେର ପାଇ ପାରୁ ନାହିଁ ମନମୁଣ୍ଡା ପୋଲିସ । ଉକ୍ତ ଅଂଚଳରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରାଯିବାକୁ ସାଧାରଣରେ ଦାବି ହେଉଛି l

Related posts

ଆସନ୍ତା ୨୪ ଘଣ୍ଟାରେ ବର୍ଷା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Odisha Halchal

ସୁବର୍ଣ୍ଣପୁର ଜିଲ୍ଲାର ଶିଶୁ ଗୃହ ମୁଖ୍ୟଙ୍କ ବିରଳ ରକ୍ତ ଦାନ

Odisha Halchal

ବିଜେଡି ଖାତାରେ ବୌଦ୍ଧ ଏନ୍‌ଏସି, କବ୍‌ଜା କଲା ୧୬ଟି ଆସନ

Odisha Halchal

Leave a Comment