ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଏପ୍ରିଲରୁ ରୋଷେଇରୁ ଆରମ୍ଭ କରି ବିଦ୍ୟୁତ ଓ ପରିବହନ ହୋଇପାରେ ମହଙ୍ଗା, ବଢ଼ିବ ପ୍ରାକୃତିକ ଗ୍ୟାସ ଦର

ଏପ୍ରିଲରୁ ରୋଷେଇରୁ ଆରମ୍ଭ କରି ବିଦ୍ୟୁତ ଓ ପରିବହନ ହୋଇପାରେ ମହଙ୍ଗା, ବଢ଼ିବ ପ୍ରାକୃତିକ ଗ୍ୟାସ ଦର

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ଦେଶରେ ମାର୍ଚ୍ଚ ୭ ତାରିଖ ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପ୍ରାୟ ନିଶ୍ଚିତ। ତେବେ ଏପ୍ରିଲରୁ ରୋଷେଇ ଘରେ ରାନ୍ଧିବା ସହ ବିଦ୍ୟୁତ ଓ ଆପଣଙ୍କ ପରିବହନ ଖର୍ଚ୍ଚ ବି ବହୁମାତ୍ରାରେ ବଢ଼ିପାରେ। ବାସ୍ତବ କଥା ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବାରଲ ପିଛାର ଦର ବୃଦ୍ଧି ଯୋଗୁ ପ୍ରାକୃତିକ ଗ୍ୟାସ ମୂଲ୍ୟ ବହୁମାତ୍ରାରେ ବଢ଼ିଯାଇପାରେ ବୋଲି ଏବେ ଆଶଙ୍କା କରାଯାଉଛି।

ଏକ ଆକଳନ ଅନୁସାରେ ଗ୍ୟାସ ମୂଲ୍ୟରେ ପ୍ରାୟ ୨ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଏମିତିରେ ଦେଶର ଘରୋଇ ଉଦ୍ୟୋଗ ଇମ୍ପୋର୍ଟେଡ ଏଲଏନଜି ଲାଗି ଅଧିକ ମୂଲ୍ୟ ଦେଉଛନ୍ତି। କାରଣ ଏହାର ଦର ସିଧାଶଳଖ ଅଶୋଧିତ ତୈଳ ଦର ସହ ସମ୍ପୃକ୍ତ ରହୁଛି।ଏଥିରେ ଗ୍ୟାସ ମୂଲ୍ୟ ବୃଦ୍ଧି ହେଲେ ନିଶ୍ଚିତ ଚାପ ପକାଇବ ବୋଲି ଆଶଙ୍କା କରାଯାଉଛି।

କେନ୍ଦ୍ର ସରକାର ଏପ୍ରିଲ ମାସରେ ଗ୍ୟସ୍‌ ମୂଲ୍ୟ ସମୀକ୍ଷା କରିବାର ଅଛି। ପ୍ରତି ୬ ମାସରେ ଏପ୍ରିଲ ଓ ଅକ୍ଟୋବରରେ ପ୍ରାକୃତିକ ଗ୍ୟାସ୍ ମୂଲ୍ୟ ସମୀକ୍ଷା ହୋଇଥାଏ। ଏଥିରେ ଗ୍ୟାସ ପ୍ରତି ୟୁନିଟ୍ ୨.୯ ଡଲାରରୁ ୬ ଅଥବା ୭ଡଲାର ପର୍ଯ୍ୟନ୍ତ ବୃଦ୍ଧି ହୋଇ ପାରେ ବୋଲି ଏବେ ବିଶେଷଜ୍ଞ ଆକଳନ କରୁଛନ୍ତି।

ଗତ ଜାନୁୟାରୀରୁ ଡିସେମ୍ବର ୨୦୨୧ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ମୂଲ୍ୟ ଆଧାରରେ କେନ୍ଦ୍ର ସରକାର ଗ୍ୟାସ ଲାଗି ନୂଆ ଦର ସ୍ଥିର କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପ୍ରାକୃତିକ ଗ୍ୟାସ୍‌ ଦରରେ ୧ ଡଲାର ବୃଦ୍ଧି ହେଲେ ଦେଶରେ ସିଏନଜି କେଜି ପିଛା ୪.୫ ଟଙ୍କା ମହଙ୍ଗା ହୋଇଯାଏ।

ଏଣୁ ଏପ୍ରିଲରେ ବିଦ୍ୟୁତ ବିଲରୁ ଆରମ୍ଭ କରି ଘରକୁ ଯୋଗାଇ ଦିଆଯାଉଥିବା ରୋଷେଇ ଗ୍ୟାସ ଓ ପରିବହନ ଦର ମଧ୍ୟ ଅନେକଗୁମା ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି।

Related posts

ଯୁବକଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ

Odisha Halchal

ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ୍ ଷ୍ଟାଇଲ ଚୋରି

Odisha Halchal

ମୋ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ ପାର୍ଥ: ଅର୍ପିତା

Odisha Halchal

Leave a Comment