ଅପରାଧଓଡ଼ିଶା ଖବରନ୍ୟୁଜ୍

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍‌

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍‌

ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ । ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏ ।

ଏନେଇ ରାୟଗଡ ଅତିରିକ୍ତ ଜିଲା ଦୌରା ଜଜ ରେ ଶୁଣାଣୀ ହୋଇଛି । କେବଳ ଏତିକି ନୁହେଁ ଏହି ମାମଲାରେ ଅନ୍ୟତମ ସହଯୋଗୀ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି କୋର୍ଟ ।

ସୁଚନା ଅନୁସାରେ ୨୦୧୬ରେ ଚକ୍ରଧର ପୁରରୁ ମା ଓ ଝିଅଙ୍କ ମୃତଦେହ ମିଳିଥିଲା । ଉଭୟଙ୍କୁ ହୀତ୍ୟା ପରେ ଗାଡ଼ି ମଡ଼ାଯାଇଥିବା ଜଣାପଡ଼ିଥିଲା । ତେବେ ଏହି ଘଟଣାରେ ୨୦୨୦ ଫେବୃଆରୀ ୧୩ ଏହି ଡବଲ ମର୍ଡର ଘଟଣା ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଥିଲେ ।

ମାମଲାରେ ଛନ୍ଦି ହୋଇ ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ତଳୁ ଜେଲରେ ଅଛନ୍ତି ।ପୋଲିସ ପ୍ରଥମେ ଅନୁପଙ୍କୁ ନିଜ ହେପାଜତକୁ ନେବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପ୍ରମୁଖ ସହଯୋଗୀ ଭାବେ ଗିରଫ କରିଥିଲା ।

ଦୁଇମାସ ତଳେ ବର୍ଦ୍ଧନ ଟପ୍ପୋଙ୍କୁ ହାଇକୋର୍ଟରୁ ଜାମିନ ମଂଞ୍ଜୁର ହୋଇଛି । ଏବେ ଏହି ମାମଲାରୁ ରାୟ ପ୍ରକାଶ ପାଇଛି ।

Related posts

ପାତାଳୀ ଶ୍ରୀକ୍ଷେତ୍ର କୁ ଜିଲ୍ଲାପାଳ ଙ୍କ ଗସ୍ତ

Odisha Halchal

ସିଗାରେଟ୍‌ ନ ଦେବାରୁ ଦୋକାନୀଙ୍କୁ ଗୁଳିମାଡ଼

Odisha Halchal

ପୁଣି ଫୁଟିଲା ଗୁଳି

Odisha Halchal

Leave a Comment