ଅପରାଧଓଡ଼ିଶା ଖବରନ୍ୟୁଜ୍

ଝିଆରିକୁ ପ୍ରେମ ଜାଲରେ ପକାଇଲା ବିବାହିତ କାକା

ଝିଆରିକୁ ପ୍ରେମ ଜାଲରେ ପକାଇଲା ବିବାହିତ କାକା

ବଲାଙ୍ଗିର:- ପୁଇଁନ୍ତଲା ଥାନା ସାଉନ୍ତପୂର୍ ପଞ୍ଚାୟତର ଉମୁରିଆ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ କାକା ନିଜ ସଂପର୍କୀୟ ଝିଆରୀକୁ ପ୍ରେମ ପ୍ରତାରଣା କରିଥିବା ନେଇ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି ନିଜକୁ ସାମ୍ୱାଦିକ ବୋଲି ପରିଚୟ ଦେଉଥିବା ସତ୍ୟନାରାୟଣ ପୁଟେଲଙ୍କ ନାଁରେ । ଅଭିଯୋଗ ଅନୁଯାୟୀ ସତ୍ୟନାରାୟଣ ଜଣେ ବିବାହିତ ପୁରୁଷ । କିନ୍ତୁ ଟ୍ୟୁସନ ପଢାଉଥିବା ସମୟରେ ନିଜର ସଂପର୍କୀୟ ଝିଆରୀଙ୍କ ପ୍ରେମରେ ପଡିଯାଇଥିଲେ ।

ଏପରିକି ବାରମ୍ୱାର ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ଝିଆରୀ ଜଣକ ଗର୍ଭବତୀ ହେବା ପରେ ତାକୁ ଆଣି ବଲାଙ୍ଗିର ସହରର ଏକ ଭଡା ଘରେ ରଖିଥିଲେ । ତାଙ୍କର ଦେଢ ମାସ ତଳେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛି ।ବିବାହିତ ହୋଇ ନିଜ ସ୍ତ୍ରୀ ଥାଇ କିଭଳି ନିଜ ଝିଆରୀ ସହ ସମ୍ପର୍କ ରଖି ପ୍ରତାରଣା କଲେ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହା ଜଣାପଡିବା ପରେ ସତ୍ୟନାରାୟଣଙ୍କ ବିବାହିତା ସ୍ତ୍ରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଜାରୀ ରଖିଛି । ଏସବୁ ଭିତରେ ଝିଆରୀକୁ ସତ୍ୟନାରାୟଣ ତାଙ୍କ ଗାଁରେ ଛାଡି ଦେଇ ଫେରାର ମାରିଛନ୍ତି ।

ତେଣୁ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗ ନେଇ ଆଜି ପୁଇଁନ୍ତଲା ଥାନା ର ଦ୍ୱାରସ୍ଥ ହୋଇଥିଲେ ଝିଆରୀ । ସେପଟେ ଉମୁରିଆ ଗାଁର ଶତାଧିକ ଲୋକ ଆସି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ପୁଇଁନ୍ତଲା ଥାନାରେ ଦାବୀ କରିଛନ୍ତି।ଶେଷରେ ପରିବାର ଲୋକେ କୋହ ଭରା କଣ୍ଠରେ ଝିଅକୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି।ବିଡ଼ମ୍ବନାର ବିଷୟ ହେଉଛି ଯେ ନିଜ ଝିଆରୀକୁ ପ୍ରେମ କରି ଦୁଇ ଦୁଇଟି ସନ୍ତାନର ପିତା ହେବା।ଏପରି ଘଟଣା ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି।

Related posts

ନଭେମ୍ବରରେ ପୁଣି ଏକ ଘୂର୍ଣ୍ଣିବଳୟ, ୭ ସୁଦ୍ଧା ଏହା ନେଇପାରେ ଲଘୁଚାପ ରୂପ

Odisha Halchal

ଠିକାଦାର ଓ ଯନ୍ତ୍ରୀଙ୍କର ମଧୁ ଚନ୍ଦ୍ରିକାରେ ସାଧାରଣ ଜନତା ହନ୍ତସନ୍ତ

Odisha Halchal

ନୂତନ ବର୍ଷରେ ଶ୍ରୀମନ୍ଦିରକୁ ସମସ୍ତଙ୍କୁ ମୋବାଇଲ ମନା

Odisha Halchal

Leave a Comment