ଓଡ଼ିଶା ଖବରନ୍ୟୁଜ୍

ବାର୍ଦ୍ଧକ୍ୟ ଭତ୍ତା ନେଇ ଯିବା ହେଲା କାଳ

ବାର୍ଦ୍ଧକ୍ୟ ଭତ୍ତା ନେଇ ଯିବା ହେଲା କାଳ

ବଲାଙ୍ଗୀର(ବ୍ୟୁରୋ ଓଡିଶା ହାଲଚାଲ):-ପ୍ରଚଣ୍ଡ ଖରାର ପ୍ରକୋପ ସହିପାରିଲେନି ବୃଦ୍ଧ। ଶେଷରେ ଏକ ଗଛ ତଳେ ଆଶ୍ରୟ ବେଳେ ସେ ବେହୋସ ହୋଇଗଲେ। ଏହି ସମୟରେ ଅସହାୟ ହୋଇ ସେମିତି ସେ ଗଛ ତଳେ ସ୍ୱାମୀଙ୍କୁ ଜଗି ବସିଥିଲେ ସ୍ତ୍ରୀ l ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ କୁଦୋଭଟା ଗାଁରେ l ବୃଦ୍ଧ ବ୍ୟକ୍ତି ଜଣଙ୍କ ହେଲେ ରାଜାରାମ ହାତୀ।

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପଞ୍ଚାୟତ କୁଦୋଭଟା ଗାଁର ଏଇ ବୃଦ୍ଧ ରାଜାରାମ ହାତୀ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଟାଣ ଖରାରେ ନଦୀ ପାର ହୋଇ ୨ କିଲୋମିଟର ଚାଲି ଚାଲି ଷ୍ଟେଟ୍ ବ୍ୟାଙ୍କ ଶାଖରେ ପହଞ୍ଚିଥିଲେ ରାଜାରାମ । ସେଠାରୁ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହି ପାରିନପରି କୁଦଭାଟା-ପଦମପୁର ରାସ୍ତାର ଏକ ଗଛ ତଳେ ଆଶ୍ରୟ ନେଇଥିଲେ l ପରନ୍ତୁ ସେଠାରେ ଆଶ୍ରୟ ନେବାବେଳେ ରାଜାରାମ ବେହୋସ ହୋଇପଡ଼ିଥିଲେ।

ସେହି ସମୟରେ ତାଙ୍କ ପତ୍ନୀ ଉରା ତାଙ୍କ ପାଖରେ ଥିଲେ। ଅସହାୟ ହୋଇ ସେମିତି ସେ ଗଛ ତଳେ ସ୍ୱାମୀଙ୍କୁ ଜଗି ବସିଥିଲେ ଉରା । ସ୍ଥାନୀୟ ଲୋକେ ରାଜାରାମଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ତାଙ୍କୁ ନିକଟରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଏନେଇ ପ୍ରଶାସନ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଏଇ ଘଟଣାକୁ ଦେଖିଲେ ପ୍ରଶ୍ନ ଆସୁଛି ରାଜାରାମଙ୍କ ପରି ବ୍ୟକ୍ତି ମାନଙ୍କ ପାଇଁ ଯୋଜନା ସବୁ ଯୋଜନ ଦୂରକୁ ଚାଲିଯାଉନି ତ ?

Related posts

ସ୍ତ୍ରୀ ବେକରେ ରଶି ଲଗାଇ ଝୁଲି ପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ସ୍ୱାମୀର ମୃତ୍ୟୁ

Odisha Halchal

ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ପ୍ରତାପ ପୋଥେନ୍‌ଙ୍କ ପରଲୋକ

Odisha Halchal

ତିନି ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ହାତରେ

Odisha Halchal

Leave a Comment