ଓଡ଼ିଶା ଖବରନ୍ୟୁଜ୍

ସ୍ୱାମୀ ଯାଇଛି ଦାଦନ ଗର୍ଭବତୀ ମହିଳା ଗାଁରେ କରୁଛି କ୍ରନ୍ଦନ

ସ୍ୱାମୀ ଯାଇଛି ଦାଦନ ଗର୍ଭବତୀ ମହିଳା ଗାଁରେ କରୁଛି କ୍ରନ୍ଦନ

ନୂଆପଡା:- ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଯାମପାଣି ଗାଁ ରେ ରହନ୍ତି ଥଣସୁନ୍ଦର ଚିନ୍ଦା. ତାଙ୍କ ପରିବାର ଏକ ଗରିବ, ଖଟିଖିଆ, ଦିନ ମଜୁରିଆ ଶ୍ରେଣୀରେ ଅନ୍ତଭୁକ୍ତ ।ସେ ନିଜ ପରିବାର ଗୁଜୁରାଣ ଚଲେଇବା ପାଇଁ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଆନ୍ତି. ଅନ୍ୟପଟେ ତାଙ୍କର ସ୍ତ୍ରୀ ମମତା ଚିନ୍ଦା ଗର୍ଭବତୀ ଅଛନ୍ତି । ତାଙ୍କର ଶାରୀରିକ ଓ ମାନସିକ ଦୁର୍ବଳତା ଯୋଗୁଁ ବହୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ନା ଅଛି ହାତରେ ଅର୍ଥ ଓ ସାମାଜିକ ଲୋକଙ୍କ ସହଯୋଗର ହାତ ।

ବିଚାରୀ ମହିଳାର ଆଖିରୁ ସବୁବେଳେ ଲୁହ ଢଳ ଢଳ ବାହାରିବା ହିଁ ସାର ହେଉଛି । ଦରିଦ୍ରକୁ ଦଇବ ସାହା ଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସିନାପାଲି ସ୍ୱାସ୍ଥ୍ୟ ସୁପରଭାଇଜର ଶ୍ରୀ ଧବଳେଶ୍ୱର ମେହେରଙ୍କ ତତ୍ତ୍ୱବଧାନରେ Hw ହେମନ୍ତ ମେହେର ଓ ଆଶା କର୍ମୀ ମମତା ସାଙ୍କ ସହଯୋଗରେ ତାଙ୍କୁ ବୁଝାସୁଝା କଲାପରେ ମା ଗୃହ CHC ସିନାପାଲିରେ ତାଙ୍କୁ ସୁରକ୍ଷିତ ଅବସ୍ଥାରେ ଆଣି ରଖିଛନ୍ତି ।ଓଡିଶା ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ।

ଗର୍ଭବତୀ ମହିଳା ମାନଂକୁ ରଖିବା ପାଇଁ ମା ଗୃହ ରହିଛି. ରାଜ୍ୟ ସରକାର ଲୋକମାନଙ୍କ ପାଇଁ ମନରେଗା ଯୋଜନା ମାଧ୍ୟମରେ ରୋଜଗାର ଯୋଗାଉଛନ୍ତି । କିନ୍ତୁ ତାହା ପ୍ରକୃତରେ ସଫଳ ହୋଇପାରୁନାହିଁ । ତେଣୁକରି ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି ।ଫଳରେ ନିଜ ଭିଟା ମାଟିରେ ରହଥିବା ମ ହିଳା ଓ ଶିଶୁମାନେ ଦୁଃଖରେ କାଳ କାଟୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ।

Related posts

ଏସିଡ୍‌ ମାଡ଼ର ଶିକାର ହୋଇଥିବା ବନିତା ସିଂଙ୍କର ମୃତ୍ୟୁ

Odisha Halchal

ନବରଙ୍ଗପୁର ଜିଲ୍ଲା ରେ S ଶୁଶ୍ରୀ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଯୋଗଦାନ ଓ ଦାଇତ୍ୱ ଗ୍ରହଣ

Odisha Halchal

କିଆରାଙ୍କ ସହ ସମୟ ବିତାଇବାକୁ ବାହାନା ଖୋଜୁଛନ୍ତି ସିଦ୍ଧାର୍ଥ

Odisha Halchal

Leave a Comment