ୱେବ୍‌ ଚ୍ୟାନେଲ ଅଫିସ ଭିତରେ ସେକ୍ସ ରାକେଟ - OdishaHalchal.com-Odisha's Breaking News Portal
ଅପରାଧଓଡ଼ିଶା ଖବରନ୍ୟୁଜ୍

ୱେବ୍‌ ଚ୍ୟାନେଲ ଅଫିସ ଭିତରେ ସେକ୍ସ ରାକେଟ

ୱେବ୍‌ ଚ୍ୟାନେଲ ଅଫିସ ଭିତରେ ସେକ୍ସ ରାକେଟ

କଟକ:- ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରୁ ଏକ ବଡ଼ଧରଣର ସେକ୍ସ ରାକେଟ କମିସନରରେଟ ପୁଲିସ ଠାବ କରିଛି। ଆଜି ଅପରାହ୍ନରେ ପୁଲିସ ସ୍ପେସିଆଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢ଼ଉ କରିଥିଲା । ଏବଂ ଚଢ଼ଉ ସମୟରେ ସେହି ଘରୁ ୫ ଜଣ ଦେହଜୀବୀଙ୍କ ସହ ୨ ଗ୍ରାହକଙ୍କୁ ଠାବ କରାଯାଇଛି । ଅଟକ ଥିବା ୫ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି। ସବୁଠାରୁ ବଡ଼ କଥା ୱେବ୍‌ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଏହି ସେକ୍ସ ରାକେଟ।

ଆଜିକୁ ଦୀର୍ଘ ଦିନ ହେବ ଏହି ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଆସୁଥିଲେ। ତେବେ ଏହି ଘଟଣା ଏବେ କଟକରେ ଚହଳ ପକାଇଛି। ଥାନାର ପାଖରେ ଏପରି କାର୍ଯ୍ୟକୁ ପୁଲିସ କିପରି ଜାଣି ପାରିଲା ନାହିଁ ତାହାକୁ ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବାଦାମବାଡ଼ି ଥାନା ପୁଲିସ। ରାଣୀ ମହୁମାଛି କଟକ ନାଁ ବାହାରର ତାହା ଖୋଲତାଡ଼ ଜାରି ରଖିଛି ପୁଲିସ। ବିଶେଷକରି ସେ ୱେବ ଚ୍ୟାନେଲ ଅଫିସକୁ ନେଇ ମଧ୍ୟ ପୁଲିସ ତାର ତଦନ୍ତ ଆରମ୍ଭ କରିଛି ।

ତେବେ ଦେହଜୀବୀମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ସାମଗ୍ରୀ ଜବତ କରିଛି ପୁଲିସ। ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କେତେ ଦିନ ପୂର୍ବରୁ ଏହି ଅନୈତିକ କାର୍ଯ୍ୟ ସେ ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା। ଆଉ ଏଥିରେ ୱେବ ଚ୍ୟାନେଲର ସମ୍ପୃକ୍ତି ରହିଛି ନାଁ ନାହିଁ ତାହା ତଦନ୍ତ ପରିସର ଭୁକ୍ତ ରହିଛି। ୪ ଜଣ ଦେହ ବ୍ୟବସାୟୀ ଅଟକ ଥିଲା ବେଳେ ରାଣୀ ମହୁମାଛିକୁ ଗିରଫ ଦର୍ଶାଇଛି ପୁଲିସ। ଏହାସହ କିଛି ଗ୍ରାହକଙ୍କୁ ମଧ୍ୟ ଏବେ ପୁଲିସ ଅଟକ ରଖି ପଚାରାଉଚୁରା କରୁଛି। ଆଉ ଖୁବ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିସିପି।

Related posts

ରାସ୍ତାରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ

Odisha Halchal

ଆହୁରି ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

Odisha Halchal

ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଆଗୁଆ ପ୍ରସ୍ତୁତି

Odisha Halchal

Leave a Comment