ଅପରାଧଓଡ଼ିଶା ଖବରନ୍ୟୁଜ୍

ତ୍ରିରଙ୍ଗାକୁ ଅସମ୍ମାନ କଲେ ମହାବିଦ୍ୟାଳୟର ଡାଇରେକ୍ଟର

ତ୍ରିରଙ୍ଗାକୁ ଅସମ୍ମାନ କଲେ ମହାବିଦ୍ୟାଳୟର ଡାଇରେକ୍ଟର

ମାଲକାନଗିରି:-(ବ୍ୟୁରୋ ଓଡିଶା ହାଲଚାଲ)ମାଲକାନଗିରି ଜିଲ୍ଲା ସଦରମହକୁମା ଘଡ଼େଇ ରେସିଡେନସିଆଲ ଜୁନିଅର ମହାବିଦ୍ୟାଳୟ ଗତକାଲି ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ, ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ମାଲକାନଗିରି ମାନସ ମାଡ଼କାମି ମହୋଦୟ ଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ଠିକ୍ ଅଛି ଜଣେ ବରିଷ୍ଠ ନେତା ତଥା ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ଭାବେ ତାଙ୍କୁ ସମ୍ମାନ ଜଣାଇଛନ୍ତି ଜିଲ୍ଲାବାସୀ। କିନ୍ତୁ ମହାବିଦ୍ୟାଳୟର ଖୋଦ୍ ମ୍ୟାନେଜୀଙ୍ଗ ଡାଇରେକ୍ଟର ସୁରେଶ ଚନ୍ଦ୍ର ଘଡେଇ ମହୋଶୟଙ୍କର କାର୍ଯ୍ୟକଳାପ ଉପରେ ଥରେ ନଜିର ପକାନ୍ତୁ । କିଭଳି ଭାବରେ ମହାଶୟ ନିଜେ ଜଣେ ବରିଷ୍ଠ ସଚେତନ ନାଗରିକ ହୋଇ ଜାତୀୟ ପତାକା କୁ ଅସମ୍ମାନ କରିଛନ୍ତି। ଗୋଡ଼ ତଳେ ତ୍ରିରଙ୍ଗା ରଖି ଭକ୍ତିରେ ଧୂପ ପ୍ରଜଳନ କରୁଛନ୍ତି ମହାଶୟ।

କିଛି ଏଭଳି ଭିଡିଓ ବେଶ ଭାଇରାଲ ହେବା ସହ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି। ଜଣେ ଶିକ୍ଷା ଅନୁଷ୍ଠାନର ମାଲିକ ହୋଇ ପିଲାମାନଙ୍କର ଶିକ୍ଷା ଦେଉଛନ୍ତି ଏହି ମହାଶୟ ଜଣକ। ଯଦି ଆପଣ ଏଭଳି ଶିଖାଇବେ ତାହେଲେ ପିଲାଏ କ’ଣ ଶିଖିବେ। ତ୍ରିରଙ୍ଗା କୁ ଅସମ୍ମାନଦେଖିଲା ପରେ । ଜିଲ୍ଲାର ସାଧାରଣ ନାଗରିକ ସହିତ ବୁଦ୍ଧିଜୀବୀ ମହଲରେ ବେଶ୍ ନିନ୍ଦା କରିଛନ୍ତି।

Related posts

ଆବାସ ଯୋଜନାରେ ଚଞ୍ଚକତା ଓ ଅନିୟମିତତା ପ୍ରତିବାଦରେ କଣ୍ଟାମାଳ ବିଜେପି

Odisha Halchal

ନା ସ୍ୱାମୀ ଘରର ନା ବାପା ଘରର ହେଇପାରିଲା

Odisha Halchal

ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛି ଋଷ- ୟୁକ୍ରେନ ଗୁଇନ୍ଦା ମୁଖ୍ୟ

Odisha Halchal

Leave a Comment