ଅପରାଧଓଡ଼ିଶା ଖବରନ୍ୟୁଜ୍

ବୃଦ୍ଧା ଙ୍କ ଉପରେ ମାଡ଼ି ଗଲା ଟ୍ରଲର

ବୃଦ୍ଧା ଙ୍କ ଉପରେ ମାଡ଼ି ଗଲା ଟ୍ରଲର

ଗଞ୍ଜାମ:-(ରିପୋର୍ଟ:- ପୂର୍ଣ୍ଣ ଚନ୍ଦ୍ର ପୋଲାଇ)ବୁଗୁଡା ସହରର ଇଣ୍ଡିଆନ ବ୍ଯାଙ୍କ ସମୂଖରେ ଏକ ଅଭାବନୀୟ ଘଟଣା ଆଜି ଦିବା 12ଟା ସମୟରେ ଦେଖିବାକୁ ମିଳିଛି।ବିରଞ୍ଚିପୁର ଗ୍ରାମର ଅଭିମନ୍ୟୁ ବେହେରା ୬୫ (ବୟସ) କୈଣସି କାମ ନେଇ ବୁଗୁଡା ସହରକୁ ଆସିଥିଲେ।କାମ ସାରି ସେ ସାଇକେଲ ରେ ନିଜ ଗାଁ ବିରଞ୍ଚିପୁର ଫେରୁଥିବା ସମୟରେ ବାଲିପଦର ପଟୁ ଆସୁଥିବା ଦାସ ଟ୍ରାନ୍ସପୋର୍ଟ ର ଏକ ପାଇପ ବୋଝେଇ ଟ୍ରଲର ଗାଡି ବୃଦ୍ଧ ଙ୍କ ଉପରେ ମାଡିଯାଇଥିଲା।

ଯାହା ଫଳରେ ବୃଦ୍ଧଙ୍କ ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଗୋଡର ମାଂସ ହାଡରୁ ଅଲଗା ହୋଇ ଗୁରୁତର ଆହତ ହୋଇଥିଲେ।ଯାହାଫଳରେ ସେ ଅଚଳ ହୋଇ ରାସ୍ତା ଉପରେ ପଡିଯାଇଥିଲେ।ତାଙ୍କୁ ସ୍ଥାନୀୟ ଲୋକମାନେ ଉଠେଇ ନେଇ ବୁଗୁଡା ପୋଲିସ କୁ ଖବର ଦେଇଥିଲେ।

ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଓ ଡ୍ରାଇଭରକୁ ଅଟକ ରଖି ଅନୁସନ୍ଧାନ ଚଳାଇଥିବା ଜଣାପଡିଛି।ବୃଦ୍ଧଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ କୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି.ଆସିକା ଠାରେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଆସିକା ସବ ଡିଭିଜନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ବୁଗୁଡ଼ା ପୋଲିସ କେସ ନମ୍ବର 54/23 ରେ ଏକ ମାମଲା ରୁଜୁ କରିଛି.ଆସିକାରେ ସବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବବୋଲି ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି।

Related posts

ଶିକାରୀ ନିଜେ ହୋଇଗଲା ଶିକାର

Odisha Halchal

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଅନଲାଇନ ମାଧ୍ୟମ ରେ ଆନ୍ତର୍ଜାତିୟ ସମ୍ମିଳନୀ

Odisha Halchal

ଦେବଦୁତ ସାଜିଥିବା ସ୍ବେଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ଦାସ ସେବା ସଂଗଠନ ର ଲୋଗ ଉନ୍ମୋଚନ

Odisha Halchal

Leave a Comment