ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ଖଡ଼ିଆଳ ମହୋତ୍ସବରେ ବଲିଉଡ ସିଙ୍ଗର

ଖଡ଼ିଆଳ ମହୋତ୍ସବରେ ବଲିଉଡ ସିଙ୍ଗର

ଖଡ଼ିଆଳ:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି,ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତା ବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩ ଗୁରୁବାର ଷ୍ଟାର ନାଇଟ ସହ ଉଦଯାପିତ ହୋଇଯାଇଛି । ଖଡ଼ିଆଳ ମହୋତ୍ସବ ଗତ 2005ମସିହାରୁ ଆରମ୍ଭ ହୋଇଥିବା ବେଳେ ଦୀର୍ଘ 17ବର୍ଷ ହେବ ବେସରକାରୀ ଭାବରେ ଆୟୋଜିତ ହୋଇ ଆସୁଛି ଖଡ଼ିଆଳ ମହୋତ୍ସବ l

ସାଧାରଣ ଜନତା ଙ୍କ ସାହାଯ୍ୟ ସହଯୋଗରେ ଦୀର୍ଘ ସତର ବର୍ଷ ହେବ ଏହି ଖଡ଼ିଆଳ ମହୋତ୍ସବ ପାଳନ ହୋଇ ଆସୁଅଛି, ଏଥି ପାଇଁ କୌଣସି ପ୍ରକାର ସରକାରୀ ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା ବର୍ତମାନ ସୁଦ୍ଧା ହୋଇ ପାରିନାହିଁ । ଖଡ଼ିଆଳ ମହୋତ୍ସବ 2023ର ଉଦଯାପନ ଉତ୍ସବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଳସେଚନ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବାବେଳେ ସଂମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ କଳାହାଣ୍ଡି ବସନ୍ତ ପଣ୍ଡା, ଅବକାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଛତିଶଗଡ଼ର ମାନ୍ୟବର ମନ୍ତ୍ରୀ କବାସୀ ଲକ୍ଷ୍ମl , ଜୟପୁର ର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ଅଧକ୍ଷ ଖଡ଼ିଆଳ ଏନ ଏ ସି ଉଜ୍ଜଳ ଗୁପ୍ତା ଯୋଗ ଦେଇଥିଲେ l

ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ବୋଡେ଼ନ ପ୍ରାଧ୍ୟାପକ ସମୁଏଲ ଦାନୀ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଖଡ଼ିଆଳ ସଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ।ପରେ ଧନ୍ୟବାଦ ଅର୍ପଣ କରିଥିଲେ ମହୋତ୍ସବ କମିଟିର ସମ୍ପାଦକ ସୁନୀଲ କୁମାର ସାହୁ । ପ୍ରତିବର୍ଷ ଭଳି ମହୋତ୍ସବ ର ଶେଷ ରାତ୍ରିରେ ଏବର୍ଷ ଷ୍ଟାର ନାଇଟରେ ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଯୋଗଦେଇ ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ଉଦିତ ନାରାୟଣ ଙ୍କ ସୁମଧୁର କଣ୍ଠ କୁ ଶୁଣି ବା ପାଇଁ ପାଖା ପାଖି ଦୁଇ ଲକ୍ଷ୍ୟ ଦର୍ଶକ ଙ୍କ ଭିଡ ଦେଖିବା କୁ ମିଳିଥିଲା |ଗୀତରେ ଦର୍ଶକ ବିମୁଗ୍ଧ ହୋଇପଡ଼ିଥିଲେ |

Related posts

ସ୍ତ୍ରୀ ବେକରେ ରଶି ଲଗାଇ ଝୁଲି ପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ସ୍ୱାମୀର ମୃତ୍ୟୁ

Odisha Halchal

ନବଜାତ ଶିଶୁ ର ମୃତଦେହ ଉଦ୍ଧାର

Odisha Halchal

ବେଆଇନ୍‌ ବାଲି ଚାଲାଣ ବେଳେ ତହସିଲଦାରଙ୍କ ଚଢ଼ାଉ

Odisha Halchal

Leave a Comment