ଓଡ଼ିଶା ଖବରନ୍ୟୁଜ୍

ସଙ୍କଟରେ କୁମ୍ଭକାର(କୁମ୍ଭାର) ଙ୍କ ପରିବାର

ସଙ୍କଟରେ କୁମ୍ଭକାର(କୁମ୍ଭାର) ଙ୍କ ପରିବାର

ରାୟଗଡ଼ା:-(ରିପୋର୍ଟ:-ପ୍ରସାଦ ସାହୁକାର)ମୁନିଗୁଡା ପଞ୍ଚାୟତ ସମିତି, ଅମ୍ବାଦଳା ପଞ୍ଚାୟତର ଅମ୍ବାଦଳା ଗ୍ରାମ।ଦିନଥିଲା ଏଠି କୁମ୍ଭାର ଙ୍କ ହାତ ତିଆରି ମାଟି ନିର୍ମିତ ଆସବାବ ପତ୍ରର ଢେର ଚାହିଦା ଥିଲା।ଏଠି ବସବାସ କରନ୍ତି ପ୍ରାୟ ପଚାସ କୁମ୍ଭକାର ପରିବାର। ବିକାଶ ଏମାନଙ୍କ ପାଇଁ ବିନାଶ ଆଣିଦେଇଛି।

ପ୍ଲାଷ୍ଟିକ, ଷ୍ଟିଲ,କାଚ ଓ ବିଭିନ୍ନ ଧାତବ ବାସନକୁସନ ବିକାଶ ସାଙ୍ଗକୁ ବଜାର ଚାହିଦା ପୁରଣ କରୁଥିବା ଯୋଗୁଁ କୁମ୍ଭାର ମାନଙ୍କ ହାତତିଆରି ମାଟି ହାଣ୍ଡି ଓ ମାଠିଆ ସବୁ ବ୍ୟବସାୟ ହୋଇପାରୁନାହିଁ।ଗରିବ କୁମ୍ଭାର ମାନେ ବ୍ୟବସାୟ ଅଭାବରୁ ହାତ ବାନ୍ଧି ବସିଛନ୍ତି।ପଚାସ କାରିଗର ରୁ ଖସି ଖସି ଆଜି କେବଳ ଦୁଇ ତିନି ଜଣ କାରିଗର ବାଧ୍ୟ ବାଧକତାରରେ ବୃତ୍ତି କୁ ଜାବୁଡି ଧରି ଅଭାବ ଅନାଟନରେ ଜୀବିକା ନିର୍ବାହ କରୁଥିବା କାରିଗର ମାନେ ଦୁଃଖ ର ସହ ପ୍ରକାଶ କରିଛନ୍ତି। ବିକାଶ ନାମକ ବିନାଶ ର କରାଳ ଗର୍ଭରେ କାଳକ୍ରମେ ବିଲିନ ହୋଇଯାଉଛି ଏହି ଶହଶହ ବର୍ଷର ପୁରାତନ ବୃତ୍ତି।

ସରକାର ମଧ୍ୟ ଏଥି ପ୍ରତି କୋୖଣସି ଦୃଷ୍ଟି ଦେଉନଥିବା ପ୍ରକାଶ କରିଛନ୍ତି ଦୁଇ କୁମ୍ଭକାର ଗୋପାଳ ନାୟକ ଓ ସଦାନନ୍ଦ ନାୟକ। ଏମାନଙ୍କ ଗରିବୀ ଓ ବହୁ ପୁରାତନ ବୃତ୍ତି କୁ ଦୃଷ୍ଟିରେ ରଖି ସରକାର କିଛି ଠୋସ୍ ପଦକ୍ଷେପ ଗ୍ରହଣ କଲେ ଗରୀବ କୁମ୍ଭକାରମାନେ ଉପକୃତ ହେବାସହ ପ୍ରାଚୀନ ପରମ୍ପରା ଓ ବୃତ୍ତିର ସୁରକ୍ଷା ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

 

Related posts

ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

Odisha Halchal

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

Odisha Halchal

ଗୁରୁ ନାଁରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ଶିକ୍ଷକ

Odisha Halchal

Leave a Comment