ଅପରାଧଓଡ଼ିଶା ଖବରନ୍ୟୁଜ୍

ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଲୟରେ କାର୍ଯ୍ୟରତ ଡିଇଓ

ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଲୟରେ କାର୍ଯ୍ୟରତ ଡିଇଓ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଘଟିଛି ଲାଞ୍ଚ କାରବାରର କଳା କାରନାମା. ସୂଚନା ମୁତାବକ ଆବାସିକ ପ୍ରମାଣ ପତ୍ର ପ୍ରଦାନ ପାଇଁ ଲାଞ୍ଚ ଅଭିଯୋଗରେ ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ର ଡିଇଓ ଭିଜଲାନ୍ସ ଜାଲରେ ଧରା ପଡିଲେ। ୧୫ ଗୋଟି ଆବାସିକ ପତ୍ର ପାଇଁ ୩୦ ହଜାର ଟଙ୍କା ଲାଞ୍ଚ କାରବାର ପୋଷ୍ଟ, ଆବାସିକ ପ୍ରମାଣ ପତ୍ର ପ୍ରଦାନ ପାଇଁ ଖଡ଼ିଆଳ ତହସିଲ କାର୍ଯ୍ୟାଳୟ ର ଡିଇଓ ଭିଜଲାନ୍ସ ଜାଲରେ ଧରା ପଡିଲେ ।

ପୂର୍ବ ଚୁକ୍ତି ମୁତାବକ ୧୫ ଗୋଟି ଆବାସିକ ପତ୍ର ପାଇଁ ୨ ହଜାର ଟଙ୍କା ଲାଞ୍ଚ କାରବାର ରେ ତହସିଲ ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା ଧରାପଡିଛନ୍ତି। ଅଭିଯୋଗ କାରୀ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗ୍ରାମ ରାଣୀମୁଣ୍ଡାର ନିତ୍ୟାନନ୍ଦ ହିଆଲ ସହ ପରିବାର ର ୮ ଜଣ ଏବଂ ୭ ଜଣ ତାଙ୍କ ଗ୍ରାମର ଆବାସିକ ପ୍ରମାଣ ପତ୍ର ପାଇଁ ୨ ହଜାର ଲେଖାଏଁ ମୋଟ ୩୦ ହଜାର ଟଙ୍କା ରେ ଚୁକ୍ତି ହୋଇଥିଲା। ଭିଜିଲାନ୍ସ ଡ଼ିଏସପି ଦୀନବନ୍ଧୁ ବେହେରା ଙ୍କ ନେତୃତ୍ବରେ ଏକ ଦଳ ତହସିଲଦାର କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ଏହି ଚଢାଇ ବେଳେ କଳାହାଣ୍ଡି ଡ଼ିଏସପି ସଦାନନ୍ଦ ପାଣି, ଭିଜିଲାନ୍ସ ଇନିସ୍ପେକ୍ଟର ପ୍ରମିଳା ସୁନା ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।ବର୍ତ୍ତମାନ ଭିଜିଲାନ୍ସ ବିଭାଗ କର୍ମଚାରୀ ଅଭିଯୁକ୍ତ ଙ୍କ ଖାଇରା ଗ୍ରାମକୁ ଯାଇଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାର ଲୋକମାନଙ୍କ ଜମିଜମା, ଖଜଣା, ଆବାସିକ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ସକାଶେ ତହସିଲ କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି. ବିଭିନ୍ନ ବିଭାଗରେ ଏହି ଅଫିସର ପ୍ରମାଣପତ୍ର ଜରୁରୀ ପଡିଥାଏ. କିନ୍ତୁ ବେପରୁଆ, ଲାଞ୍ଚୁଆ କର୍ମଚାରୀମାନଙ୍କ ଯୋଗୁଁ ଲୋକମାନେ ଏହିସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି. ସାଧାରଣ ଜନତା ବାଧ୍ୟହୋଇ ଲାଞ୍ଚ ଦେଇ ସାର୍ଟିଫିକେଟ ହାସଲ କରୁଛନ୍ତି. ତେଣୁକରି ଉଚିତ ତଦନ୍ତ ଓ ଲାଞ୍ଚୁଆ କର୍ମଚାରିମାନଙ୍କୁ ସରକାର ଉଚିତ ଦଣ୍ଡ ଓ ଆଇନ ଅନୁଯାୟୀ ଦଣ୍ଡିତ କଲେ ଲାଞ୍ଚ କରବାର ବନ୍ଧ ହେବା ସହ ସାଧାରଣ ଗରିବ, ଦିନହୀନ ଶ୍ରେଣୀର ଲୋକେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି.।

Related posts

ସୀମାନ୍ତ ଆନ୍ଧ୍ରରୁ ଗିରଫ ହେଲେ ମାଓ ସମର୍ଥକ।

Odisha Halchal

ଜମିବାଡ଼ି ବିବାଦରୁ ହତ୍ୟା, ଅଭିଯୁକ୍ତ ବାପା ଓ ଦୁଇ ନାବାଳକ ପୁଅ ଗିରଫ

Odisha Halchal

ସ୍ୱାମୀ ଉପରେ ସ୍ତ୍ରୀ କିରାସିନି ଢାଳି ଲଗାଇଲା ନିଆଁ

Odisha Halchal

Leave a Comment