କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ)ବେଆଇନ କଫ ସିରପ ଜବତ।କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ଖରାଖିଆ ନିକଟରୁ ଜବତ କରିଛି ସାଲେପୁର ଅବକାରୀ ବିଭାଗ।ଯାହାର ଆନୁମାନିକ ମୂଲ୍ୟ 3ଲକ୍ଷ36ହଜାର ହେବ ବୋଲି ଅନୁମାନକରାଯାଉଛି। ଯାହାକୁ ଦୁର୍ଘ7ବର୍ଷହେବ ବ୍ୟାନ କରାଯାଇଥିବା ସୂଚନାଦେଲେ ସାଲେପୁର ଅବକାରୀ ବିଭାଗ ଇନ୍ସପେକ୍ଟର।
କୌଣସି ସୂତ୍ରରୁ ଖବରପାଇ ସାଲେପୁର ଅବକାରୀବିଭାଗ ର ଉପନିରୀକ୍ଷକ ପେଟ୍ରୋଲିଂ କରୁଥିବା ସମୟରେକାର 12ପେଟି ବେଆଇନ କଫ ସିରଫ ଜବତ କରିବା ସହ ଗାଡି ଚାଳକକୁ ମଧ୍ୟ ଗିରଫକରି ଅବିକାରୀ ଥାନା ସାଲେପୁରରେ ରଖାଯାଇଛି। ଗାଡିଚାଳକ ହେଲେ ଜଗତପୁରଥାନା ପିରବଜାରର ଜିତେନ୍ଦ୍ର ନଦୀ। ଜିତେନ୍ଦ୍ର ନଦୀକୁ ଗିରଫ କରାଯାଇଥିବା ବେଳେ ଗାଡିମାଲିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ନେଇ ଗାଡି ଚାଳକ କହିଛି।
12ପେଟି କଫ ସିପିଫ ଗୋଟେପେଟିରେ 160ପିସି ରହିଛି।ପ୍ରତ୍ୟେକ ପିସି 100 ମିଲିଗ୍ରାମ । ପାଖାପାଖି1920 ବୋତଲ ଯାହାର ପରିମାଣ192 ଲିଟର ହେବ ବୋଲି ଅବକାରୀ ବିଭାଗପକ୍ଷରୁ ସୂଚନା ଦେଇଛନ୍ତି। ଏଥିସହ ଏହି ବେଆଇନ କଫ ସିରପ କେଉଁଠୁ କେଉଁଆଡେ ଯିବା ସହ କେତେଦିନଧରି ଚାଲିଛି ଏ ନେଇ ଅଧିକ ତଦନ୍ତ କରାଯାଉଥିବା ନେଇ ଅବକାରୀ ବିଭାଗ ସାଲେପୁର ସୂଚନାଦେଇଛନ୍ତି।