ଅପରାଧଓଡ଼ିଶା ଖବରନ୍ୟୁଜ୍

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ । ଯୌତୁକ ଜନିତ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ଗାଁର ଶବର ପଡାରେ ।

ସୂଚନା ଅନୁସାରେ, ବେଳପଡା ଥାନା ଅନ୍ତର୍ଗତ ଶବର ପଡାର ଉଦ୍ଧବ ରଣାଙ୍କ ସାନ ପୁଅ ସନ୍ୟାସୀ ରଣା ସିସକେଲା ଗାଁର ଚିତ୍ର ରଣାଙ୍କ ଝିଅ ସଙ୍ଗୀତାଙ୍କୁ ବୈଦିକ ରୀତିନୀତିରେ ଗତ ଜାନୁଆରୀ ମାସରେ ବିବାହ କରିଥିଲେ ।

ହେଲେ ଗତ କିଛି ଦିନ ହେଲା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ହେଲେ ପରେ ସଙ୍ଗୀତା ରଣାଙ୍କର ମୃତ୍ୟୁ ହୋଇଛି । ଏନେଇ ସଙ୍ଗୀତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ହତ୍ୟା କରିଥିବା ସେମାନେ ଦାବି କରୁଛନ୍ତି ।

Related posts

ମାଁ ମାହେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

Odisha Halchal

ରକେଟ୍‌ ମାଡରେ ଦୋହଲିଲା ଲଭିଭ୍‌, ମାରିୟୁପୋଲ୍‌

Odisha Halchal

ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା

Odisha Halchal

Leave a Comment