ଓଡ଼ିଶା ଖବରଖେଳନ୍ୟୁଜ୍

ଶିଉନି ଗ୍ରାମରେ ଶିଉନି ଚାମ୍ପିୟାନ କପ ଫୁଟବଲ

ଶିଉନି ଗ୍ରାମରେ ଶିଉନି ଚାମ୍ପିୟାନ କପ ଫୁଟବଲ

କଳାହାଣ୍ଡି :-(ରିପୋର୍ଟ :-ଯୁଥିଷ୍ଠିର ଭତ୍ରିଆ)କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଶିଉନି ଚାମ୍ପିୟାନ କପ ଫୁଟବଲ ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଜାରି ରହିଥିବା ବେଳେ ଆଜି ସେମି ଫାଇନାଲ ଖେଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥୀ ଭାବେ କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡ, ମୁଖ୍ୟ ବକ୍ତା ବିଜେପି ଯୁବମୋର୍ଚା ଜିଲ୍ଲା ସଭାପତି ବିଜୟଦେଵ ସାହୁ ସମ୍ମାନିତ ଅତିଥି ଭାବେ ରେଙ୍ଗାଳପାଲି ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପାତ୍ର, ସମିତି ସଭ୍ୟ ଗୁପ୍ତେଶ୍ବର ବାଗ, ବିଜେପି ଯୋନ ସଭାପତି ଦୁର୍ଗା ପ୍ରଧାନୀ, ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିନାଥ ଶବର, ସମାଜ ସେବୀ ସଞ୍ଜୟ କୁମାର ସିଂଘଲ,ଉପ ସଭାପତି ଗୋପାଳ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ହୋଇ ମ୍ୟାଚରେ ଯୋଗଦେଇ ଉଭୟ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।

ସେମି ଫାଇନାଲ ମ୍ୟାଚ ଝରିଗାଁ ଓ ଟେମରା ଦଳ ମଧ୍ୟରେ ଚିତାକର୍ଷକ ହୋଇଥିବା ବେଳେ ୧/୦ ଗୋଲ ରେ ଟେମେରା ଦଳ ଫାଇନାଲ କୁ ପ୍ରବେଶ କରିଛି। ଖେଳ କୁ ଚିତ୍ତରଂଜନ ଠାକୁର ଓ ଜଗମୋହନ ମାଝୀ,ଶଙ୍କର ପୋଢ଼ ପରିଚାଳନା କରିଥିଲେ। ମ୍ୟାଚ ର ଧାରାବିବରଣୀ ଈଶ୍ବରୀ ପ୍ରସାଦ ଅଗସ୍ତି ( ନିଲୁ ) ଏବଂ ନରେନ୍ଦ୍ର ଧ.ମାଝୀ ପ୍ରଦାନ କରିଥିବା ବେଲେ ସୁଧୀର ଧ.ମାଝୀ ମଞ୍ଚ ପରିଚାଲନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସନାତନ ପଣ୍ଡା ସୁବାଷ ବେହେରା,ଅମିତ କୁମାର ପଣ୍ଡା,ମଣ୍ଟୁ ନାଏକ ଓ ଯୁବକ ସଙ୍ଘ ର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଆସନ୍ତା ରବିବାର ଫାଇନାଲ ଖେଳ ଅନୁଷ୍ଠିତ ହେବ।

କଳାହାଣ୍ଡି ଜିଲ୍ଲା

Related posts

ଗ୍ରାମାଞ୍ଚଳ କୁ କାହିଁକ ଡାକ୍ତର ମାନଙ୍କ ଘୃଣା ଭାବ

Odisha Halchal

ମୁସେୱାଲାଙ୍କୁ ହତ୍ୟା କରାଇଥିବା ସ୍ୱୀକାର କଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ

Odisha Halchal

ବିକଟାଳ ଶଦ୍ଦ କରୁଥିବା ୫୧ଟି ବୁଲେଟର ସାଇଲେନସର ଜବତ

Odisha Halchal

Leave a Comment