ଦେଶ ବିଦେଶନ୍ୟୁଜ୍

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ, ୩ ବିଜେପି ବିଧାୟକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ, ୩ ବିଜେପି ବିଧାୟକ ନିଲମ୍ବିତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଅରୁଚିକର ଶବ୍ଦ ପ୍ରୟୋଗକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ତୀବ୍ର ରୂପ ଧାରଣ କରିଛି। ଦିଲ୍ଲୀ ବିଜେପି ସଭାପତି ଆଦେଶ କୁମାର ଗୁପ୍ତା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ଆଜି ଆପ୍‌ର ବିଧାୟକମାନେ ବିଧାନସଭାରେ ହଟ୍ଟଗୋଳ କରିଥିଲେ।
ସେମାନେ ନାରାବାଜୀ କରୁଥିବା ବେଳେ ଗୃହରେ ଉପସ୍ଥିତ ବିଜେପି ବିଧାୟକମାନେ ମଧ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ। ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ରାମ ନିବାଶ ଗୋଏଲ ୩ ଜଣ ବିଜେପି ବିଧାୟକଙ୍କୁ ଗୃହରୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି।
ବାଚସ୍ପତି ଆଜି ବିଜେପି ବିଧାୟକ ଅନୀଲ ବାଜପାଇ, ଜିତେନ୍ଦ୍ର ମହାଜନ ଓ ଅଜୟ ମାହାୱରଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ସେମାନଙ୍କୁ ବାଚସ୍ପତି ବସିବାକୁ ବାରମ୍ବାର କହିଥିଲେ ମଧ୍ୟ ସେମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ଗୃହରେ ବିଶୃଙ୍ଖଳା କରିଥିଲେ। ଏଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆପ୍‌ ବିଧାୟକମାନେ ମଧ୍ୟଭାଗକୁ ଆସି କେଜ୍ରିୱାଲଙ୍କ ବିରୋଧରେ ବିଜେପି ନେତା ପ୍ରୟୋଗ କରିଥିବା ଶବ୍ଦର ବିରୋଧ କରିଥିଲେ। ଆପ ବିଧାୟକ ମହେନ୍ଦ୍ର ଗୋଏଲ ଶ୍ରୀ ଗୁପ୍ତାଙ୍କ ବିରୋଧରେ ସେନସର ସଂକଳ୍ପ ପାରିତ କରିବାକୁ ଦାବି କରିଥିଲେ। ଏଥିସହ ବିରୋଧୀ ଦଳ ନେତା ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କହିଥିଲେ। ଏହାକୁ ନେଇ ବିଜେପି ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ କାଉଣ୍ଟର ଆଟାକ କରିଥିଲେ। ଶେଷର ବାଚସ୍ପତି ୩ ଜଣ ବିଜେପି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ବଲିଉଡ ଫିଲ୍ମ କଶ୍ମୀର ଫାଇଲ୍ସକୁ କେଜ୍ରିୱାଲ ଟିକସ ମୁକ୍ତ କରିବେ ନାହିଁ ବୋଲି କହିଥିଲେ। ଏହାକୁ କେନ୍ଦ୍ର କରି ଦିଲ୍ଲୀ ବିଜେପି ରବିବାର ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ସମୟରେ ବିଜେପିର ରାଜ୍ୟ ସଭାପତି ଆଦର୍ଶ କୁମାର ଗୁପ୍ତା ମୁଖ୍ୟମନ୍ତ୍ରୀଙ୍କକ ବିରୋଧରେ ଅଶାଳୀନ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।

Related posts

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି

Odisha Halchal

ସର୍ବଭାରତୀୟ ଖୋଖୋ ଚମ୍ପିୟାନସିପ ଅନୁଷ୍ଠିତ

Odisha Halchal

ସନ୍ତାନ ପାଇବା ଆଶାରେ ଅନୈତିକ କାର୍ଯ୍ୟ

Odisha Halchal

Leave a Comment