ଓଡ଼ିଶା ଖବରନ୍ୟୁଜ୍

ପୋଖରୀ ପାଣିରେ ବୁଡି ଜଣେ ମୃତ

ପୋଖରୀ ପାଣିରେ ବୁଡି ଜଣେ ମୃତ

ଜମନକିରା:-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର) ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ନୁଆଡିହି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି।ପୋଲିସର ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସାଢେ଼ ୧ ଟା ସମୟରେ ନୁଆଡ଼ିହି ଗ୍ରାମର ବିଶିକେଶନ ବଗର୍ତ୍ତୀ (୫୦) ଘରୁ ବାହାରି ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।

ତେବେ ପୋଖରୀରେ ପହଁରା ପହଁରି କରିବା ବେଳେ କୌଣସି କାରଣ ବଶତଃ ସେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ପରେ ଗାଁର ଲୋକେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବିଶିକେଶନଙ୍କ ଶବ ଭାସୁଥିବା ଜାଣି ପାରିଥିଲେ। ପରେ ପୋଲିସକୁ ସୂଚନା ଦିଆଯାଇଥିବା ବେଳେ ପୋଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡ଼ାକ୍ତରଖାନାକୁ ପଠେଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

ବିଶିକେସନଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେଭୋଜପୁର ରେ ପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ପୋଲିସ ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି।

Related posts

କପିଳାସ କାଇମାଟିରେ ଦୁର୍ଘଟଣା: ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ

Odisha Halchal

ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ

Odisha Halchal

ଛତ୍ରପୁର ଥାନା ଏ ଏସ ଆଇଙ୍କୁ ସମ୍ଭର୍ଦ୍ଧନା

Odisha Halchal

Leave a Comment