ଅପରାଧଓଡ଼ିଶା ଖବରନ୍ୟୁଜ୍

ଆଉ ଏକ ପ୍ରେମ ପ୍ରତାରଣା ର କଳା କାହାଣୀ

ଆଉ ଏକ ପ୍ରେମ ପ୍ରତାରଣା ର କଳା କାହାଣୀ

କେନ୍ଦ୍ରାପଡ଼ା :-(ରିପୋର୍ଟ -ଜନ୍ମେଜୟ ବିଶ୍ଵାଳ/ ଶଶିଭୂଷଣ ରାଉତ)ପୁଣି ସାମ୍ନାକୁ ଆସିଲାଣି ଆଉ ଏକ ପ୍ରେମ ପ୍ରତାରଣା ର କଳା କାହାଣୀ | ଦିନେ ଉଭୟ ଉଭୟଙ୍କ ପ୍ରେମକୁ ପାଇବା ପାଇଁ ହାତ ଧରାଧରି ହୋଇ ମଧୁସାଗରରେ ସ୍ବପ୍ନ ନଉକା ର ନାଉରି ସାଜିଥିଲେ | ଜଣେ ହାଲିସା ମାରି ନଉକା କୁ ଆଗକୁ ଆଗକୁ ନେଇଯାଉଥିଲା ତ ଆଉ ଜଣେ ଅକାତ କାତ ଦରିଆ ପାଣିକୁ କାତ ମାରି ଗଭୀରତା ମାପୁଥିଲା

ରାତି ରାତି ଅନିଦ୍ରା ହୋଇ ମୋବାଇଲ ସ୍କ୍ରିନ ରେ ପରସ୍ପର କୁ ଦେଖି ହସୁଥିଲେ , କାନ୍ଦୁଥିଲେ ଆଉ ମସ୍ତି ବି କରୁଥିଲେ | ଏଇସବୁ ଭିତରେ ପରସ୍ପରକୁ କଥା ମଧ୍ୟ ଦେଇଥିଲେ , ଆଉ କହୁଥିଲେ – ତୁ ଏକା ମୋର ବୋଲି | ହେଲେ କଣ ହେଲା କେଜାଣି କେଇଟା ଦିନରେ ସବୁକିଛି ବଦଳି ଯାଇଛି | ଜଣେ ଜଣଙ୍କ ପାଇଁ ସୁଦୂର ଦିଲ୍ଲୀ ରୁ ପଲ୍ଲୀ କୁ ଧାଇଁ ଆସିଥିଲା ବେଳେ ଅନ୍ୟ ଜଣେ ତାକୁ ଗ୍ରହଣ କରିବାକୁ ନାରାଜ ହୋଇଯାଇଛି |

ଦର୍ଶକ ବନ୍ଧୁ ଏ ଘଟଣା ଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳର | ପ୍ରଥମେ ପ୍ରେମରେ ମନ ଦିଆନିଆ , ପରେ ଧନ ଦିଆନିଆ , ଆଉ ଶେଷରେ ପ୍ରତାରଣା ହୋଇଥିବା ର ଅଭିଯୋଗ ନେଇ ତନ୍ତିଆପାଳ ଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବତୀ ଜଣଙ୍କ | ଥାନା ଅଧିକାରୀ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଚଳାଇଥିବା ବେଳେ , ଆଗକୁ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

Related posts

ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ ଦ୍ରୈପଦୀ ମୁର୍ମୁଙ୍କୁ Z+ ସୁରକ୍ଷା

Odisha Halchal

ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଲୟରେ କାର୍ଯ୍ୟରତ ଡିଇଓ

Odisha Halchal

ଶର୍ମିଷ୍ଠାଙ୍କୁ ଦିନକୁ ୩୦ ଥର କଲ୍‌ କରୁଥିଲେ ନିରଞ୍ଜନ, ବାରମ୍ବାର ଆଶ୍ରମ ବି ଯାଉଥିଲେ

Odisha Halchal

Leave a Comment