ଓଡ଼ିଶା ଖବରନ୍ୟୁଜ୍

ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ପକ୍ଷ ପାଳନ

ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ପକ୍ଷ ପାଳନ

କଳାହାଣ୍ଡି:-(ରିପୋର୍ଟ :-ଯୁଥିଷ୍ଠିର ଭତ୍ରିଆ) କୋକସରା ବ୍ଲକବରାଡୋଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୁକ୍ରବାର ଲଡୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ର ଏମ.ପି.ଏଚ୍.ଡବ୍ଲୁ ଶ୍ରବଣ କୁମାର ପାଢ଼ୀ ,ଜ୍ୟୋତ୍ସ୍ନାରାଣି ନାଗ ସିଏଚଓ ପ୍ରିୟଙ୍କା ସେନାପତି ଙ୍କ ନେତୃତ୍ବରେ ବୃକ୍ଷ ରୋପଣ ଓ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋକାସରା ବ୍ଲକ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ନାଏବ ସରପଞ୍ଚ ଵେନା ନାଏକ, ସାମାଜସେବୀ ସଞ୍ଜୟ କୁମାର ସିଂଘଲ,

ନାଏବ ସରପଞ୍ଚ ପ୍ରତିନିଧି ନବୀନ ନାଏକ ଉପସ୍ଥିତ ରହି ଗ୍ରାମରେ ପରିମଳ ବ୍ୟବସ୍ଥା ସ୍ୱଚ୍ଛତା ଓ ସୁବୁଜ ବନାନୀ ପାଇଁ ବୃକ୍ଷ ରୋପଣ ର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ପିଉସୀ ଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କଲା ମଦ୍ୟପ ପୁତୁରା

Odisha Halchal

ଘରେ ଦୀପ ଜାଳିବା ଦ୍ୱାରା କଣଲାଭ ମିଳେ

Odisha Halchal

ଲୋକଙ୍କ ଆସ୍ଥା ହରାଉଛି କି ଡାକ ବିଭାଗ

Odisha Halchal

Leave a Comment