ଓଡ଼ିଶା ଖବରଖେଳନ୍ୟୁଜ୍

Y M C କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଲେ ଅଭିନେତ୍ରୀ ଓ ରାଜନେତା

Y M C କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପହଞ୍ଚିଲେ ଅଭିନେତ୍ରୀ ଓ ରାଜନେତା

ନୂଆପଡ଼ା:-(ରିପୋର୍ଟ:-ଚେତୁରାମ ପ୍ରଧାନୀ)ନୂଆପଡ଼ା ଜିଲ୍ଲା ସ୍ଥାନୀୟ ମିନି ଷ୍ଟlଡିୟମ ଠାରେ 31 ତମ ସର୍ବ ଭାରତୀୟ YMC କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଇଷ୍ଟ କୋଷ୍ଟ ଖୋର୍ଦ୍ଧା ରୋଡ କୁ ହରାଇ ବିଳାସପୁର ଚ୍ୟାମ୍ପିଆନ ହୋଇଛି l ବିଳାସପୁର ଟିମ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ତିଶିଶ ଓ଼ଭର ରେ ଦୁଇ ୱେକେଟ ହରାଇ 271 ରନ ସଂଗ୍ରହ କରିଥିଲେ ଏ ଲକ୍ଷ କୁ ପିଛା କରି ଇଷ୍ଟ କୋଷ୍ଟ ଖୋର୍ଦ୍ଧା ରୋଡ ଦଳ 22 ଓଭର ରେ 162ରନ କରି ଅଲ ଆଉଟ ହୋଇ ଯାଇଥିଲେ l

ବିଳାସପୁର ଦଳ 109 ରନ ରେ ବିଜୟ ହୋଇ 2023 ର ଚ୍ୟମ୍ପିଆନ ହୋଇଛନ୍ତି l ବିଳାସପୁର ଚ୍ୟାମ୍ପିୟାନ ଦଳ କୁ ନଗଦ ଅଶି ହଜାର ଓ ଟ୍ରଫି ଓ ରନର୍ସ ଅଫ ଦଳ କୁ ପଚାଶ ହଜାର ଓ ଟ୍ରଫି ମୁଖ୍ୟ ଅତିଥି ପୁରସ୍କାର କରିଥିଲେ l ମ୍ୟାନ ଅଫ ଦ ସିରିଜ ବିଳାସପୁର ଦଳ ର ରାଜ ଚୌଧୁରୀ କୁ ଆଠ ହଜାର ଓ ଇରଫାନ କୁ ମ୍ୟାନ ଅଫ ଦ ମ୍ୟାଚ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିଲେ l ଏହା ସହିତ YMC ଦଳ ର ପୁରୁଣା ଖେଳାଳି ଙ୍କୁ ମଞ୍ଚ ଉପରେ ସମ୍ମାନିତ କରିଥିଲେ l

ଜିଲ୍ଲା କ୍ରିକେଟ ସଂଘ ର ସାଧାରଣ ସମ୍ପlଦକ ତଥା ମ୍ୟାଚ ର ଆବାହକ ସରୋଜ କୁମାର ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ ଉଦଯାପିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାର ଙ୍କ ଯୋଜନା ଓ ସମନ୍ନୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଅନ୍ୟତମ ଅତିଥି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ବିଶେଷ ଆକର୍ଷଣ ଓଡ଼ିଆ ଚଲଚିତ୍ର ର ଅଭିନେତ୍ରୀ ଭୂମିକା ଦାସ ଯୋଗ ଦେଇ ଜିଲ୍ଲାର ଖେଳ ପ୍ରେମୀ ମାନଙ୍କୁ ନୃତ୍ୟ କରି ଉଷାହିତ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ନୂଆପଡା NAC ଅଧକ୍ଷ ଆଦମ ଖାନ ମଞ୍ଚସିନ ଥିଲେ l

ଜିଲ୍ଲା କ୍ରିକେଟ ସଂଘ ର ସଭାପତି ପ୍ରକାଶ ସାହୁ YMC କ୍ଳବ ର ସଭାପତି ଅମରେଶ ଦାସ ଉପସଭାପତି ସଞ୍ଜୟ ପଟ୍ଟନାୟକ ସମ୍ପାଦକ ତପନ ବଗର୍ତ୍ତି ଉପ ସମ୍ପlଦକ ସୁଧୀର ମିଶ୍ର ଓ YMC କ୍ଳବ ର ସଦସ୍ୟ ଟିପୁ ଖାନ., ଜିତୁ ହୋତା,. ଦୁଲୁ ସୁବକlର,ଜନି ଜନସନ ଓ ରଞ୍ଜିତ ସୁନା ପ୍ରମୁଖ ସହଯୋଗ କରିଥିଲେ l ଏହି ମ୍ୟାଚ କୁ ଓଡିଶା କ୍ରିକେଟ ଆସୋସିସନ ସ୍ୱୀକୃତି ପ୍ରାପ୍ତ ଏମ୍ପିଆର ଅମୀୟ ଭୂଷଣ ସାହୁ ଓ ନାରାୟଣ ମେହେର ଖେଳ ପରିଚାଳନା କରିଥିଲେ l

Related posts

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

Odisha Halchal

ଭୁବନେଶ୍ବର ରେଳ ଷ୍ଟେସନରୁ ୬୫ କିଲୋ ଗଞ୍ଜେଇ ଜବତ

Odisha Halchal

ଜମ୍ମୁ କଶ୍ମୀର: କୁଲଗାମରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର

Odisha Halchal

Leave a Comment