ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି

ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି

ପୁଣି ମାତିଲେ ମୃର୍ତ୍ତି ଚୋର । ଦୋଳ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରରୁ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ । ପୁରୀ ବୀର ନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି ହୋଇଛି ।

ଖବର ଅନୁଯାୟୀ, ଆନ୍ତ ରାଜ୍ୟ ମୂର୍ତ୍ତି ଲୁଟେରାଙ୍କ ଟାର୍ଗେଟରେ ପୁରୀ ଜିଲ୍ଲାର ସମସ୍ତ ମନ୍ଦିର ଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଚଦନପୁର ଥାନା ଅନ୍ତର୍ଗତ ବୀରନରସିଂହପୁରୁର ଗୋପୀନାଥ ଦେବଙ୍କ ମନ୍ଦିରରୁ ସମସ୍ତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୁତ୍ତ ।

ମା ବନଦୁର୍ଗା, କନକଦୁର୍ଗା, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଲୋକନାଥଙ୍କ ମୂର୍ତ୍ତି ସମେତ ସମସ୍ତ ଅଳଙ୍କାର ମଧ୍ୟ ଚୋରୀ କରିନେଇଛନ୍ତି। ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୋଲିସର ଅପାରଗତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟଲୋକେ।

Related posts

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦୁଇଦିନିଆ ଓଡିଶା ଗସ୍ତ

Odisha Halchal

ମା ଙ୍କ ଭସାଣି ରେ ଯୁବକ ମୃତ

Odisha Halchal

ଋଷ ଉପରେ ଆକ୍ରମଣ କରିବେ ୩୦ ନାଟୋ ଦେଶ

Odisha Halchal

Leave a Comment