ଅପରାଧଓଡ଼ିଶା ଖବରନ୍ୟୁଜ୍

ମହାକାଳପଡ଼ା ରେ ଠିକାଦାର ଜେଇ ସରକାର

କେନ୍ଦ୍ରାପଡା ରୁ ଜନ୍ମେଜୟ ବିଶ୍ୱାଳ ଙ୍କ ସହ ବ୍ୟୁରୋ ରିପୋର୍ଟ- ଠିକାଦାର ଆଉ ତାଙ୍କ ସୁପରବ୍ରାଇଜ ଏତେ ଶକ୍ତିଶାଳୀ ହେଇଛନ୍ତି ଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦେଖାଉଛନ୍ତି ନାଲି ଆଖି। ଦେଖନ୍ତୁ ସୁପରବ୍ରାଇଜର କେମିତି ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ିଓ ଉଠାଉଛନ୍ତି। ଠିକାଦାର ଜୋଇଙ୍କ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା। ଜେଇଙ୍କ ଦେଖା ନାହିଁ ଠିକାଦାର ମନମାନି ଚଲାଇଛନ୍ତି କାମ। ଆମ ପ୍ରତିନିଧି ଜେଇ ଶଶିକାନ୍ତ ବେହେରାଙ୍କ ପ୍ରକ୍ରିୟା ନେବା ପାଇଁ ଫୋନରେ ଯୋଗାଯୋଗ କରିଥିଲେ କିନ୍ତୁ ଜୋଇ ମହାଶୟ କହୁଛନ୍ତି ଆପଣ ଯାଇ କାମ ଦେଖିଥିଲେ

ଜେଇ ଶଶିକାନ୍ତ ବେହେରାଙ୍କ ଇସାରାରେ ଚାଲିଛି ଗତାନଈ ବିକାଶର କାମ। ଆଉ ଅର୍ଥ ଲୁଟୁଛନ୍ତି ଠିକାଦାର ଆଉ ଜେଇ। ଆଉ ସବୁ ଦେଖି ଚୁପ୍ ହେଉଛନ୍ତି ବିଧାୟକ। ସାଧାରଣ ଜନତାଙ୍କ ଝାଳ ବୁହା ଅର୍ଥ ରେ ଜେଇ ଆଉ ଠିକାଦାର ଲଗାଉଛନ୍ତି ଚୁନ। ଗୋଟିଏ ସ୍ଥାନରେ ଠିକାଦାରଙ୍କ ସୁପରବ୍ରାଇଜର ଦେଖାଉଛନ୍ତି ନାଲିଆଖି ତ ଆଉ ଗୋଟିଏ ସ୍ଥାନରେ ବିଧାୟକଙ୍କ ମୁହଁ ରେ ତୁଣ୍ଡି।କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ନଳଦୀଆ ଗଡା ଠାରୁ ଖୁରୁଷିଆ Rd ରାସ୍ତା ଚାଲିଥିବା ବେଳେ କାମ ହେଉଛି ନିମ୍ନମାନର। ମାଟି ବାଲିରେ ହେଉଛି Rd ରାସ୍ତା କାମ। ଖାଲି ସେତିକି ନୁହେଁ ଆଠେ ବାଲି ଆଠେ ଗୋଡ଼ରେ ହେଉଛି କାମ। ମହାକାଳପଡ଼ା ରେ ଜେଇ ଠିକାଦାର ସରକାର ଜେଇଙ୍କ ହାତରେ ରିମୋଟ କଣ୍ଟୋଲ। ପିସି ଖାଇ ନେତା ମନ୍ତ୍ରୀ ଚୁପ୍ ଆଉ ଏ ଖବର ଓଡ଼ିଆ ହାଲଚାଲ ରେ ଲୋକ ଲୋଚନକୁ ଆସିବା ପରେ କେବେ ପ୍ରଶାସନ ନେଉଛନ୍ତି ପଦକ୍ଷେପ ତାହା ସମୟ ସାପେକ୍ଷ।

Related posts

ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

Odisha Halchal

ବୁଢା ବୟସରେ ଧାନ ବିଲରେ ପ୍ରେମ

Odisha Halchal

ମମିତା ମେହେର ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତି

Odisha Halchal

Leave a Comment