ଓଡ଼ିଶା ଖବରନ୍ୟୁଜ୍

ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା

ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା

ନବରଙ୍ଗପୁର:-(ରିପୋର୍ଟ :- ପ୍ରଶାନ୍ତ କୁମାର ସାହୁ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏତେଣ୍ଡାଣ୍ଟ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା , ସୁନିତା କୂଳଦୀପ ନାମକ କର୍ମଚାରୀ ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁ 6 ମାସଧରି ଦରମା ପାଇ ନଥିବାରୁ ମାନସିକ ଚାପ ରେ ରହିଥିଲେ ମଧ୍ୟ ପ୍ରତିଦିନ ନିଜ ଡ୍ୟୁଟି ଜାରୀ ରଖିଥିଲେ l ହେଲେ ବର୍ତ୍ତମାନ ତାଙ୍କରି ଚାକିରୀ କୁ ଆଉଟ ସୋର୍ସିଙ୍ଗ କୁ ହସ୍ତାନ୍ତର କରିଥିବା ବେଳେ ଆଉଟ ସୋରସିଂ ସଂସ୍ଥା ମଧ୍ୟ କୌଣସି ପଦକ୍ଷେପ ଏଯାବତ ନେଇ ନାହିଁ l

ତେବେ ଚିନ୍ତାଗ୍ରସ୍ତ ଥାଇ ମଧ୍ୟ ଆଜି ସକାଳେ ଡ୍ୟୁଟି ରେ ଯୋଗ ଦେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସଙ୍ଗେ ସଙ୍ଗେ ମେଡିକାଲ ରେ ଜଏନ କରାଯାଇଥିଲା ଏବଂ କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ l କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ହୃଦଘାତ ରେ ମୃତ୍ୟ ଅଭିଯୋଗ ଆଣିଲେ ପରିବାର ଲୋକେ l 20 ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାର ର ଜଣ ଙ୍କୁ ଚାକିରୀ ପ୍ରଦାନ ଦାବି କରି ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ପାଖ RD ରାସ୍ତା ଅବରୋଧ କରିଛନ୍ତି ମୃତକ ଙ୍କ ପରିବାର ଲୋକ l ପରିବାର ର ଦାବି ପୂରଣ ନ ହେବା ଯାଏଁ ଶବ ନେବୁ ନାହିଁ ବୋଲି ଜିଦ ଧରିଛନ୍ତି ପରିବାର ଲୋକେ l

ଘଟଣା ସ୍ଥଳ କୁ ସ୍ଥାନୀୟ ବିଜେପି ଓ କଂଗ୍ରେସ ନେତା ଆସି ପହଞ୍ଚିଛନ୍ତି l ବିଜେଡି ବିଧାୟକ ମଧ୍ୟ ଦୁଃଖ ପ୍ରକାଶ କରିବା ସହ କର୍ତ୍ତୃପକ୍ଷ ଙ୍କ ଅବହେଳା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l ସମାଜସେବୀ କାଦମ୍ବିନୀ ତ୍ରିପାଠୀ ଶବ ପାଖରେ ବସି ରହିବା ସହ ଦାବି ପୂରଣ ନ ହେବା ଯାଏ ଅନଶନ ରୁ ଓହରିବୁ ନାହିଁ ବୋଲି ରୋକଠୋକ ଚେତାବନୀ ଦେଇଥିଲେ l ପରେ ପ୍ରଶାସନ ର ହସ୍ତକ୍ଷେପ ପରେ କିଛି ଦାବି ପ୍ରଶାସନ ମାନିବା ଦ୍ୱାରା ସକାଳ ଠାରୁ ଆରମ୍ଭ ହୋଇଥିବା ଉତ୍ତେଜନା କମିଛି ଏବଂ ଧାରଣା ଭାଙ୍ଗି ଶବ ନେବାକୁ ରାଜି ହୋଇଛନ୍ତି ପରିବାର ବର୍ଗ l

Related posts

ବ୍ୟାଙ୍କ ଗ୍ରାହକଙ୍କୁ ଏବେ ମିଳିବ ବଡ଼ ସୁବିଧା : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା

Odisha Halchal

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

Odisha Halchal

ସଙ୍ଗମ ଡିଜିଟାଲ ଷ୍ଟୁଡିଓରେ ଦୁଷ୍କର୍ମ

Odisha Halchal

Leave a Comment