ଅପରାଧଓଡ଼ିଶା ଖବରନ୍ୟୁଜ୍

ମିଶନ ଶକ୍ତି ମହିଳାଙ୍କ ଉନ୍ନତି ନା ରେ ହାରିଲୁଟ

ମିଶନ ଶକ୍ତି ମହିଳାଙ୍କ ଉନ୍ନତି ନା ରେ ହାରିଲୁଟ

ଜମନକିରା:-(ରିପୋର୍ଟ :-ସତ୍ୟପ୍ରିୟ ମହାପାତ୍ର)ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମିଶନ ଶକ୍ତି ଆନୁକୂଲ୍ୟରେ ଗରୀବ ଓ ମଧ୍ୟବର୍ତ୍ତୀ ମହିଳାଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ରହିଛି। କିନ୍ତୁ ଜମନକିରା ମିଶନ ଶକ୍ତି ବିପିଏମ ଓ ସମ୍ବଲପୁର ଜିଲ୍ଲାର ଡିପିଏମ ମିଳିତଭାବେ ବାଟମାରଣ। ନିତି ଆପଣେଇଛନ୍ତି। ମହିଳା ମାନକ ଉନ୍ନତି ହେବ କଣ ? ଓଲଟା ଦୂର୍ଧିନକୁ ଚାଲିଯାଉଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ଅଭିଯୋଗ ଯେ ଜମନକିରା ବିପିଏମ ଚଳିତ ଡିସେମ୍ବର ମାସ ୧୨; ତାରିଖରେ ରେନୋରୋଷ୍ଟର ନାମକ ଉନ୍ନତମାନର କୁକୁଡ଼ା ଚୀଆ ଆଣି ବଣ୍ଟନ କରିଥିଲେ।

୨୫୦୦ କୁକୁଡ଼ା ଚିଆ ବ୍ଲକର କସଡ଼ା, କେନାଢିପା, ଖର୍ଶନମାଲରେ ମହିଳାମାନଙ୍କୁ ମୋଟ ୧ ଲକ୍ଷ ୬୨ ହଜାର ୫ ଶହ ଟଙ୍କାର ୨୫୦୦ ଚିଆ ବଣ୍ଟନ କରିଛନ୍ତି। ଯାହାକି ଗୋଟିଏ ଚିଆର ଦାମ ୬୫ ଟଙ୍କା ବୋଲି ଚିଁଆ ପାଳନକାରି ମହିଲା ପ୍ରକାଶ କରିଛନ୍ତି। କୁଆଗୋଲା ଗ୍ରାମର କିଶୋରୀ କିସାନ, ଲଳିତା କିସାନ, ତପ୍ସ୍ୱାନି କିସାନ ପ୍ରମୁଖ ମହାମାୟୀ ଏସଏଚଜି ଗ୍ରୁପର ଅଟନ୍ତି। ସେହି ଗ୍ରୁପକୁ ୭୫ ଟି ଲେଖାଏଁ ଚିଆ ଦିଆଯାଇଛି। ୬ ମାସରେ ଅଧା ଓ ବର୍ଷକରେ ସବୁ ଟଙ୍କା ପୈଠ କରିବାକୁ ତାଗିତ୍ କରାଯାଇଛି। ସେମାନଙ୍କୁ ତାଗିତ୍ କରି କୁହାଯାଇଛି ଚିଆ ମଲେ ଗଲେ ଆମ୍ଭେ ଦାୟୀ ନୁହଁ। ଲାଳନ ପାଳନ ନିମନ୍ତେ ଦାନା ରଖିବା ବ୍ୟବସ୍ଥା ସହ ଚିକିତ୍ସା ଓ ପ୍ରଶିକ୍ଷଣ ମଧ୍ୟ ନାହିଁ। ସେମାନଙ୍କୁ ପ୍ରଦତ୍ତ ଚିଆ ମଧ୍ୟରୁ ୧୬ ଦିନ ମଧ୍ୟରେ ଅଧା କୁକୁଡ଼ା ଚିଆ ମରିଯାଇଥିବା ଅଭିଯୋଗ କରିଛନ୍ତି।

ଓଏଲଏମ ଗାଇଡଲାଇନ ମତେ ପଞ୍ଚାୟତ ମହାସଂଘ ଜିପିଏଲଏଫ କିଣାବିକା କମିଟି କୋଟେଶନ ମଧ୍ୟରେ କିଣିବା ନିୟମ ରହିଛି। କିନ୍ତୁ ବିପିଏମ ନିଜେ ବ୍ଲକ ର ଜିପି ଚାର୍ଜର ଥିବା କର୍ମଚାରୀଙ୍କୁ ନ ଜାଣଇ ମନଇଛା କିଣୁଛନ୍ତି । ପୁଣି ସମ୍ବଲପୁର ଚିପିଲିମାରୁ ଆଇଟିଡିଏ ଆଣି ଚିଆ ବଣ୍ଟନ କରୁଥିବାବେଳେ, ବାଲେଶ୍ଵର ଜିଲ୍ଲାରୁ କୁକୁଡ଼ା ଚିଆ ଆଣିବା ମାନେ କଣ ? ସେଠାକାର ଏମବିକେ, ସିଆରପି, ଷ୍ଟାଫ ଓ ଗ୍ରୁପ ନିନ୍ଦା କରୁଛନ୍ତି। ପୂର୍ବରୁ ସଂପୃକ୍ତ ବପିଏମଙ୍କ ବହୁବିଧି ଦୁର୍ନୀତି, ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ସଂକ୍ରାନ୍ତରେ ବିପିଏମ ପିଡିଡିଆରଡିଏ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। କୌଣସି କାର୍ଯ୍ୟାନୁଷ୍ଠନ ନ କରି ତଦନ୍ତରେ ସୀମିତ ରଖାଯାଇଛି। ଏଣୁ ବର୍ତ୍ତମାନର ଜିଲ୍ଲାପାଳ ଏହାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସବୁମହଲରୁ ଦାବୀ ହେଉଛି।

Related posts

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Odisha Halchal

ସମ୍ବାଦ ସାହିତ୍ୟ ଘର ଖଡ଼ିଆଳ ତରଫରୁ ଶୀତ ଆସର ଓ ପୁସ୍ତକ ଲୋକାର୍ପଣ

Odisha Halchal

ପିଉସୀ ଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କଲା ମଦ୍ୟପ ପୁତୁରା

Odisha Halchal

Leave a Comment