ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ, ବିଧାୟକ ଭାବ ଭାବ ଉତ୍ତରପ୍ରଦେଶ ରାଜନୀତିରେ ରହିବେ ସକ୍ରିୟ

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ, ବିଧାୟକ ଭାବ ଭାବ ଉତ୍ତରପ୍ରଦେଶ ରାଜନୀତିରେ ରହିବେ ସକ୍ରିୟ

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲୋକସଭାରୁ ଇସ୍ତଫା ଦେଇଛନ୍ତି । ସୁତ୍ରରୁ ମିଳିଥିବା ଖବର ମୁତାବକ ସେ କରହଲ ବିଧାନସଭାର ବିଧାୟକ ଭାବରେ ଭାବରେ ଉତ୍ତରପ୍ରଦେଶ ରାଜନୀତିରେ ସକ୍ରିୟ ରହିବେ । ନିକଟରେ ଅନୁଷ୍ଠିତ ଉତ୍ତରପ୍ରଦେଶ ନିର୍ବାଚନରେ ଅଖିଳେଶ ଯାଦବ କରହଲ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ଅଖିଳେଶ ନିଜର ଇସ୍ତଫା ପତ୍ର ନେଇ ଆଜି ଲୋକସଭା ବାଚସ୍ପତିଙ୍କୁ ଭେଟିଛନ୍ତି। ସମାଜବାଦୀ ପାର୍ଟି ସୂତ୍ରରୁ ପ୍ରକାଶ ଯେ ଅଖିଳେଶ ଯାଦବ ରାଜ୍ୟରେ ଦଳର ନେତୃତ୍ୱ ନେବେ ଏବଂ ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ଭୂମିକା ଗ୍ରହଣ କରିବେ। ଖବର ଆସୁଛି ଯେ ଅଖିଳେଶ ତାଙ୍କ ପିତା ତଥା ସମାଜବାଦୀ ଦଳର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନେଇଛନ୍ତି।

ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ଆଜମଗଡ଼ର ସମସ୍ତ ବିଧାନସଭା ଆସନରେ ସମାଜବାଦି ପାର୍ଟ ବିଜୟ ହାସଲ କରିଥିବାରୁ ସେ ଆଜମଗଡ଼ର ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜମଗଡ଼ ଲୋକସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଅଖିଳେଶ ଲୋକସଭା ଯାଇଥିଲେ ।

Related posts

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି

Odisha Halchal

ସରକାରୀ ବିଦ୍ୟାଳୟରେ ପାଠପଢ଼ି ଓଏଏସ

Odisha Halchal

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି(ଦିଶା) ବୈଠକ

Odisha Halchal

Leave a Comment