ଓଡ଼ିଶା ଖବରନ୍ୟୁଜ୍

ଆନନ୍ଦର ସହିତ ଲୋକମାନେ ଶୁଣୁଛନ୍ତି ଭଗବତ୍ କଥା

ଆନନ୍ଦର ସହିତ ଲୋକମାନେ ଶୁଣୁଛନ୍ତି ଭଗବତ୍ କଥା

ମାଲକାନଗିରି :-ସନ୍ଧ୍ୟା ନଇଁ ଆସିବା ସାଙ୍ଗେ ସାଙ୍ଗେ ଲୋକମାନେ ଏକାଠି ହେଉଛନ୍ତି ଭଗବତ୍ କଥା ଶୁଣିବା ପାଇଁ । ଏମିତି ଏକ ଭକ୍ତି ପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମ୍ ଭି ୧୬ ନମ୍ବର ଗ୍ରାମରେ। ଗ୍ରାମର ମିଥୁନ ମଣ୍ଡଳ, ସୁଜିତ ଚୌଧୁରୀ,ସତ୍ୟ ରଞ୍ଜନ ବିଶ୍ଵାସ, ଉଦ୍ଧବ ଚୌଧୁରୀ,କାଲୁ ବରଙ୍କ ଭଳି କିଛି ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ବାରା ଏମ୍ ଭି ୧୬ ନମ୍ବର ଗ୍ରାମରେ ଏକ ଭଗବତ୍ କଥାର ଆୟୋଜନ କରାଯାଇଛି।

ଏଥିରେ ଗ୍ରାମର ଲୋକମାନେ ସେମାନଙ୍କୁ ସାହାଯ୍ୟ କରିଛନ୍ତି। ଏହି ସପ୍ତମ ଦିବସ ଧରି ଆଲୋଚିତ ହେବାକୁ ଥିବା ଭଗବତ୍ କଥା ବୃନ୍ଦାବନ ଧାମର ସୁନାମଧନ୍ୟ ତଥା ଜଣାଶୁଣା ଭଗବତ୍ କଥା ଆଲୋଚନା କରିଥିବା ଦିପା କିଶୋରୀ ଆଲୋଚନା କରୁଛନ୍ତି। ତେଣୁ ସନ୍ଧ୍ୟା ହେବା ସହିତ ଆଖପାଖ ଗ୍ରାମରୁ ଶହ ଶହ ଲୋକମାନେ ଏକତ୍ରିତ ହୁଅନ୍ତି ଦିପା କିଶୋରୀ ମୁହଁରୁ ଭଗବତ୍ କଥା ଶୁଣିବା ପାଇଁ।

ବର୍ତ୍ତମାନର ଯୁବପିଢି ଯେତେବେଳେ ମେଲୋଡି ପଛରେ ଦୌଡ଼ି ବୁଲୁଛନ୍ତି ଏମ୍ ଭି ୧୬ ନମ୍ବର ଗ୍ରାମର ଲୋକମାନଙ୍କ ଦ୍ବାରା ଆୟୋଜନ କରାଯାଇଥିବା ଏହି ଭଗବତ୍ କଥା ଏକ ସ୍ଵାଗତ ଯୋଗ୍ୟ କାର୍ଯ୍ୟ ବୋଲି ଜ୍ଞାନିଗୁଣୀ ତଥା ବୁଦ୍ଧିଜୀବିମାନେ ମତାମତ ପ୍ରଦାନ କରିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ଏଭଳି କାର୍ଯ୍ୟ କ୍ରମ ଦ୍ବାରା ବିପଥଗାମୀ ହୋଇ ଥିବା ହିନ୍ଦୁମାନେ ସନାତନ ଧର୍ମ ପ୍ରତି ଆକୃଷ୍ଟ ହେବେ।

Related posts

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

Odisha Halchal

ନାବାଳିକା ଶାଳୀ ସହିତ ପୂର୍ବତନ ସରପଞ୍ଚ ଶାରୀରିକ ସମ୍ପର୍କ

Odisha Halchal

ରାଜନୈତିକ ଆକ୍ରୋଶରୁ ହତ୍ୟା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରିଦେଲେ

Odisha Halchal

Leave a Comment