ଦେଶ ବିଦେଶନ୍ୟୁଜ୍

ପୁତିନ୍ ଓ ଜେଲେନ୍‌ସ୍କି ମଧ୍ୟରେ ହେଲା ବୁଝାମଣା ରୁଷିଆର କଏଦୀଙ୍କୁ ଛାଡ଼ିଦେବ ୟୁକ୍ରେନ୍‌

ପୁତିନ୍ ଓ ଜେଲେନ୍‌ସ୍କି ମଧ୍ୟରେ ହେଲା ବୁଝାମଣା ରୁଷିଆର କଏଦୀଙ୍କୁ ଛାଡ଼ିଦେବ ୟୁକ୍ରେନ୍‌

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଖାପାଖି ୨ ମାସ ହେବ ଜାରି ରହିଛି । ମଝିରେ ମଝିରେ ୨ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ଚାଲିଛି । କିନ୍ତୁ କଥାବାର୍ତ୍ତାରୁ କୌଣସି ଫଳ ମିଳିପାରୁ ନାହିଁ । ତେବେ ଏହାରି ମଧ୍ୟ ୟୁକ୍ରେନ୍‌ର ପ୍ରବଳ ଧନ-ଜୀବନ ନଷ୍ଟ ହୋଇଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍‌ସ୍କି ଘୋଷଣା କରିଦେଇଛନ୍ତି ଯେ, ଋଷୀୟ କଏଦୀମାନଙ୍କୁ ଛାଡ଼ିଦେବେ । ଏହାର ବଦଳରେ ମାରିୟୁପୋଲରେ ୟୁକ୍ରେନ୍ ନାଗରିକ ଓ ସୈନ୍ୟଙ୍କ ସୁରକ୍ଷିତ ଉଦ୍ଧାର କରାଯିବ । ଏହି କାମ ରୁଷିଆ କରିବ ।

ଏହା ପୂର୍ବରୁ ମଧ୍ୟ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଏଭଳି ବୁଝାମଣ ହୋଇଥିଲା । ଉଭୟ ଦେଶ ‘ସେଫ କରିଡର’ ନେଇ ସହମତି ହୋଇଥିଲେ । ଏବେ ପୁଣି ଥରେ ନିଜର ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ରାଷ୍ଟ୍ରପତି ଜେଲେନ୍‌ସ୍କି ବଡ଼ ପଦକ୍ଷେପ ନେଇଛନ୍ତି । ଜେଲେନ୍‌ସ୍କିଙ୍କ ଏହି ଫଇସଲା ଗୁରୁତ୍ୱପୂର୍ଣ୍ଣ । କାରଣ ମାରିୟୁପୋଲ ଅଞ୍ଚଳରେ ରୁଷୀୟ ସେନା ଦ୍ୱାରା ବ୍ୟାପକ ଭାବେ ତାଣ୍ଡବ ରଚାଯାଇଛି । ଏଠାରେ ରୁଷୀୟ ସେନାକୁ ବଡ଼ ସଫଳତା ମିଳିଛି । ତେଣୁ ୟୁକ୍ରେନ୍ ନାଗରିକଙ୍କୁ ଉଦ୍ଧାର କରିବା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏଥି ପାଇଁ ଏହି ଚ୍ୟାଲେଞ୍ଜକୁ ସାଧାରଣ କରିବା ଲକ୍ଷ୍ୟରେ ରୁଷିଆର କଏଦୀମାନଙ୍କୁ ୟୁକ୍ରେନ୍ ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଛି ।

Related posts

ରାତିରେ ଚାଲିଛି ପୋଲିସର ବଟି ଆଦାୟ ଖେଳ

Odisha Halchal

କମିଶନରେଟ୍ ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

Odisha Halchal

ମୋ ବାପାର ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ

Odisha Halchal

Leave a Comment