ଓଡ଼ିଶା ଖବରନ୍ୟୁଜ୍

ଚାଷିମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଲ୍ପ ପାଇଁ ବିଭିନ୍ନ ଜନ୍ତ୍ରାଶ ବଂଟଣ

ଚାଷିମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଲ୍ପ ପାଇଁ ବିଭିନ୍ନ ଜନ୍ତ୍ରାଶ ବଂଟଣ

ସୁବର୍ଣ୍ଣପୁର :-(ରିପୋର୍ଟ :-ମଣ୍ଟୁମନ୍ତ୍ରା)ଓଡିଶା କୃଷି ଶିଲ୍ପ ନିଗମର ଉପାଧକ୍ଷଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ ଓଡିଶା କୃଷି ଶିଲ୍ପ ନିଗମର ଉପାଧକ୍ଷ ଡ.ସନ୍ତୋଷ କୁମାର ବେଜ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ ରେ ଆସି ଜିଲ୍ଲା କାର୍ଯ୍ୟାଲୟ ପରିଦର୍ଶନ କରିବା ସହ ଜନନିଧି-୨ ଯୋଜନା ରେ ହିତାଧିକାରି ଚାଷିମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଲ୍ପ ପାଇଁ ବିଭିନ୍ନ ଜନ୍ତ୍ରାଶ ବଂଟଣ କରିଥିଲେ ।

ସରକାର ଙ୍କ କୃଷିଯାନ୍ତ୍ରୀ କରଣ ରିହାତି ଯୋଜନାରେ ଜଣେ ହିତାଧିକାରୀ ଙ୍କୁ ସ୍ୱରାଜ ଟ୍ରାକଟର ବଟଂଣ କରାଯାଇଥିଲା ପରେ ସରକାରଙ୍କ ଦ୍ୱାରା ଉଦ୍ଦିଷ୍ଟବିଭିନ୍ନ ଯୋଜନା ମାଧ୍ୟମରେ କେମିତି ଅଧିକରୁ ଅଧିକ ହିତାଧିକାରି ଉପକୃତ ହେବେ ସେ ବିଶୟରେ ଡ.ବେଜ ଚାଷିମାନଙ୍କ ସହ ଆଲୋଚନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଏକ କୃଷି ବହୁଲ ଜିଲ୍ଲା ହୋଇଥିବା ରୁ କିପରି ଉନ୍ନତ ମାନର କୃଷି ଉପକରଣ ଓ ଉଠାଜଳସେଚନ ମାଧ୍ୟମରେ କିପରି ଚାଷି ଅଧିକ ଅମଲ କରିପରିବେ ସେ ବିଶୟରେ ଚାଷିଙ୍କୁ ଉଦ୍‌ବେଧାନ ଦେଇଥିଲେ ।

ଏହି ଅବସର ରେ ଉପାଧକ୍ଷ ଡ.ସନ୍ତୋଷ କୁମାର ବେଜ ଙ୍କ କରକମଳ ରେ ଏକ ଉଠାଜଳ ସେଚନ ପ୍ରକଲ୍ପ ଲୋକାର୍‌ପିତ ହୋଇଥିଲା । ସହି କାର୍ଯ୍ୟକ୍ରକ କୁ ସୁବର୍ଣ୍ଣପୁର କୃଷି ଶିଲ୍ପ ନିଗମ କାର୍ଯ୍ୟାଳୟ ପରିଚାଳକ ଇଂ ରମ୍ୟରଂଜନ ମିଶ୍ର ପରିଚାଳଣା କରିବା ସହ କନିଷ୍ଠ ଯନ୍ତ୍ରୀ ସୁମନ ପାତ୍ର,ପର୍ଶୁରାମ ସ୍ୱାଇଁ,ସତ୍ୟ ନନ୍ଦ,ନବିନ ବିଶି ,ପ୍ରଶାନ୍ତ ଜେନା ,ପଞ୍ଜିକୃତ ଇଲେକ୍ଟରିକାଲ କନଟ୍ରାକ୍ଟର,ଟ୍ରାକଟର ସପ୍ଲାୟର ଙ୍କ ସହ କାର୍ଯ୍ୟାଲୟର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Related posts

ଆବାସ ଯୋଜନାରୁ ବଞ୍ଚିତ ବିଧବା ଦହନା ବାଗ

Odisha Halchal

ଆଜି 12 ଘଣ୍ଟିଆ ସୋନପୁର ବନ୍ଦ ଡାକରା

Odisha Halchal

କୃଷକମାନଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

Odisha Halchal

Leave a Comment