ଅପରାଧଓଡ଼ିଶା ଖବରନ୍ୟୁଜ୍

ସେକ୍ସ ରାକେଟର ପର୍ଦ୍ଦାଫାଶ କଲେ ପୋଲିସ

ସେକ୍ସ ରାକେଟର ପର୍ଦ୍ଦାଫାଶ କଲେ ପୋଲିସ

ମାଲକାନଗିରି :-(ରିପୋର୍ଟ :-କୃଷ୍ଣପଦ ରାୟ)ଦିର୍ଘ ଦିନ ଧରି ଜିଲ୍ଲାର ବିଭନ୍ନ ସ୍ଥାନରେ ଚାଲୁଥିଲା ସେକ୍ସ ରାକେଟ। ଆଉ ଏହି ରାକେଟ କୁ ଧରିବା ପାଇଁ ସଦର ଥାନା ପୋଲିସ ର ନାକେ ଦମ୍ ହେବାକୁ ପଡ଼ିଥିଲା। ମାଲକାନଗିରି ସହରର କୁମୁଟିଗୁଡ଼ା ଠାରେ ଏହି ରାକେଟ ଜୋର ସୋରରେ ଚାଲୁଥିଲା। ନିୟମିତ ଦେହ ବ୍ୟାବସାୟିକ ଙ୍କ ପାଖରେ ଲାଗୁଥିଲା ଗ୍ରାହକଙ୍କ ଭିଡ଼।

ଏକ ନିର୍ଦିଷ୍ଟ ଘର ସମ୍ମୁଖରେ ଲାଗୁଥିଲା ବଡ଼ ବଡ଼ ଗାଡ଼ି ସହିତ ମଟରସାଇକେଲ। ମାଲକାନଗିରି ଥାନା ଅଧିକାରୀ ଏହି ରାକେଟ କୁ ଧରିବା ପାଇଁ ଜାଲ ବିଛେଇ ଥିଲେ। ଗତକାଲି ରାତ୍ର ସମୟରେ ଥାନାଧିକାରୀ ରିଗାନ କିଣ୍ଡୋ ଙ୍କ ନେତୃତ୍ବରେ ଏକ ଟିମ୍ କୁମୁଟିଗୁଡ଼ା ଠାରେ ଚଡ଼ାଉ କରିଥିଲେ। କିଛି ବ୍ୟକ୍ତି ପୋଲିସ କୁ ଚକମା ଦେଇ ଖସି ପଳାଇଥିବା ବେଳେ ୨ ବ୍ୟକ୍ତିଙ୍କୁ ପୋଲିସ କାବୁ କରିଥିଲେ।

ଏଥି ସହ ରାଣୀ ମହୁମାଛି ଓ ୨ ମହିଳାଙ୍କୁ ମଧ୍ୟ ପୋଲିସ କାବୁ କରିଥିଲେ। ପୋଲିସ ସୂତ୍ରରୁ ଜଣାପଡିଛି ସର୍ମିଲା ଚକ୍ରବର୍ତ୍ତୀ ନାମକ ମହିଳା, ବାହାରରୁ ଦେହଜୀବ ଙ୍କୁ ଆଣି ଏଠାରେ ନିଜ ଧନ୍ଦା ଚଲାଉଥିଲେ। ତେବେ ପୋଲିସ ହାତରେ ଧରାପଡ଼ିଥିବା ୨ଜଣ ଗ୍ରାହକ ଛତିଶଗଡ଼ ସୁକୁମା ଅଞ୍ଚଳର ରାକେଶ ବାଲା ଓ ଦିପକ ଗାନ୍ଧୀ ବୋଲି ଜଣାପଡିଛି।

ସେଥିମଧ୍ୟରୁ ପୋଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ରାଣୀ ମୋହୁମାଛି କୁହାଯାଉଥିବା, ସର୍ମିଲା ଚକ୍ରବର୍ତ୍ତୀ ଙ୍କ ସେକ୍ସ୍ ରାକେଟର ବଡ଼ ନେଟୱର୍କ ରହିଥିବା ପୋଲିସ ପକ୍ଷରୁ ଅନୁମାନ କରାଯାଉଛି। ସେମାନଙ୍କ ପାଖରୁ ୧୦୫୦୦ ଟଙ୍କା ୩ଟି ମୋବାଇଲ ସହିତ ବିଭିନ୍ନ ସାମଗ୍ରୀ ପୋଲିସ ପକ୍ଷରୁ ଜବତ କରାଯାଇଛି । ତେବେ ଯବତ ହୋଇଥିବା ମୋବାଇଲ ରେ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ରହିଥିବା ସନ୍ଦେହ କରାଯାଉଛି। ପୋଲିସ ପକ୍ଷରୁ ଏଭଳି ରାକେଟ କୁ ରୋକିବା ପାଇଁ କ’ଣ ପଦକ୍ଷେପ ନେଉଛନ୍ତି ତାହାହିଁ ଦେଖିବାକୁ ବାକି।

Related posts

୧୦ କୋଟି ଠକେଇ ମାମଲାରେ IAAVIC ପ୍ରାଇଭେଟ ଲିମିଟେଡର ଦୁଇ ନିର୍ଦ୍ଦେଶକ ଗିରଫ

Odisha Halchal

ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

Odisha Halchal

ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ,ଶବ ରଖି ରାସ୍ତା ଅବରୋଧ।

Odisha Halchal

Leave a Comment