ଅପରାଧଓଡ଼ିଶା ଖବରନ୍ୟୁଜ୍

୧୦ କୋଟି ଠକେଇ ମାମଲାରେ IAAVIC ପ୍ରାଇଭେଟ ଲିମିଟେଡର ଦୁଇ ନିର୍ଦ୍ଦେଶକ ଗିରଫ

୧୦ କୋଟି ଠକେଇ ମାମଲାରେ IAAVIC ପ୍ରାଇଭେଟ ଲିମିଟେଡର ଦୁଇ ନିର୍ଦ୍ଦେଶକ ଗିରଫ

୧୦ କୋଟି ଠକେଇ ମାମଲାରେ IAAVIC ପ୍ରାଇଭେଟ ଲିମିଟେଡର ଦୁଇ ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ଅର୍ପନ ପଟେଲ ଓ ଆଦାଜ୍ୟୋତି ନାୟକଙ୍କୁ ମୁମ୍ବାଇରୁ ଗିରଫ କରିଛି ଇଓଡବ୍ୟୁ । ୨ ଜଣଙ୍କୁ ରିମାଣ୍‌ଡରେ ଆଣି କଟକ କୋର୍ଟରେ ହାଜର କରାଇବ ଇଓଡବ୍ୟୁ ।

୨୦୨୦-୨୧ରେ ୱେବସାଇଟ ଖୋଲି ଲୋକଙ୍କୁ ଠକିଥିଲେ କମ୍ପାନୀର ଏହି ଦୁଇ ନିର୍ଦ୍ଦେଶକ । ଲୋକଙ୍କୁ ଅଧିକ ସୁଧ ପ୍ରଲୋଭନ ଦେଖାଇ ଠକିଥିବାର ଅଭିଯୋଗ ହୋଇଛି ଉଭୟଙ୍କ ନାଁରେ । ଓଡିଶାର ୪ ଶହ ନିବେଶକଙ୍କ ଠାରୁ ୫ କୋଟି ଠକିଛନ୍ତି ଏହି ଦୁଇ ନିର୍ଦ୍ଦେଶକ ।

ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ର ଓ ମଧ୍ୟପ୍ରଦେଶରେ ମଧ୍ୟ ଉଭୟ ଠକିଥିବାର ସୂଚନା ରହିଛି । ମୁମ୍ବାଇର ଏକ ସ୍ଥାନରେ ଭଡା ଘରେ ରହି ଖୋଲିଥିଲେ ଠକେଇର ସାମ୍ରାଜ୍ୟ । ତେବେ ଭଡା ଘରେ ରେଡ୍ ବେଳେ ୯୦ ହଜାର ଟଙ୍କା ସହ ମୋବାଇଲ, ଲାପଟପ ଜବତ କରାଯାଇଛି ।

Related posts

ଯୁବତୀଙ୍କ ହାଇ ଭୋଲ୍ଟେଜ ଡ୍ରାମା

Odisha Halchal

ଦିଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ, ସ୍ଥାନ ପାଇଲେ ୧୦ ଜଣ ନୂଆ ମନ୍ତ୍ରୀ

Odisha Halchal

ତହସିଲଦାର ହେଲେ ହଟହଟା

Odisha Halchal

Leave a Comment