ଓଡ଼ିଶା ଖବରନ୍ୟୁଜ୍

ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

ଭୁବନେଶ୍ୱର(ଓଡିଶା ହାଲଚାଲ):-ପରିବା ହାଟରେ ପରିବା ଏତେ ମହଙ୍ଗା ଯେ କିଣିବା ପୂର୍ବରୁ ଶହେଥର ଭାବିବାକୁ ପଡୁଛି। ହେଲେ ରାଜନୈତିକ ହାଟରେ ପରିବା ଏବେ ବହୁତ ଶସ୍ତା ହୋଇଯାଇଛି। ସାଧାରଣ ଲୋକଟିଏ ପାଇଁ କିଛିଦିନ ହେବ ପରିବା ସାତ ସ୍ୱପ୍ନ ହୋଇଯାଇଥିବା ବେଳେ ରାଜନୈତିକ ଦଳର କର୍ମୀମାନେ କେଉଁଠି ବେକରେ ପରିବା ମାଳ ପିନ୍ଧି ପ୍ରତିବାଦ କରୁଛନ୍ତି ତ କେଉଁଠି ଲୋକଙ୍କୁ ଶସ୍ତାରେ ପରିବା ବିକ୍ରି କରି ପ୍ରତିବାଦ କରୁଛନ୍ତି।

ଏହି କ୍ରମରେ ଆଜି ଛାତ୍ର କଂଗ୍ରେସ ତରଫରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଘର ଆଗରେ ପରିବା ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି। ଛାତ୍ର କଂଗ୍ରେସର ଶହ ଶହ କର୍ମୀ ଏକ ରାଲି କରି ମନ୍ତ୍ରୀଙ୍କ ବାସଭବନ ଆଗରେ ପହଞ୍ଚିବା ପରେ ସେଠାରେ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ କରି ପ୍ରତିବାଦ କରିଛନ୍ତି। ଛାତ୍ର କଂଗ୍ରେସ ଅଭିଯୋଗ କରିଛି କି ରାଜ୍ୟ ସରକାର ବଜାର ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କିଛି କରିନାହଁନ୍ତି।

ଚାଷୀଙ୍କ ମାଗଣାରେ ବିହନ ଯୋଗାଇବାରେ ରାଜ୍ୟ ସରକାର ବିଫଳ। ଚାଷୀ ଋଣଯନ୍ତାରେ ପଡି ହନ୍ତସନ୍ତ ହେଉଥିବା ବେଳେ ସରକାର ସେମାନଙ୍କ ଋଣ ଛାଡ କଲେ ନାହିଁ। ରାଜ୍ୟ ସରକାର ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୫୦ଟି ନୂଆ ଶୀତଳଭଣ୍ଡାର କରିବାର ପ୍ରତିଶ୍ରୁତି ଦେଇ ଗୋଟିଏ ବି ଶୀତଳ ଭଣ୍ଡାର ଖୋଲି ନଥିବା କଥା ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

ସେପଟେ ରାଜ୍ୟରେ ପୂର୍ବରୁ ଥିବା ୧୩୨ ଟି ଶୀତଳ ଭଣ୍ଡାର ମଧ୍ୟରୁ ୮୨ ଶୀତଳ ଭଣ୍ଡାର ବନ୍ଦ ହୋଇସାରିଛି ବୋଲି ତଥ୍ୟ ରଖିଛି ଛାତ୍ର କଂଗ୍ରେସ। ସେପଟେ ଆଜି ଯେଉଁ ପରିବା ମହଙ୍ଗା ଦାମରେ ବିକ୍ରି ହେଉଛି ତାହାର ଲାଭ ଚାଷୀ ପାଇପାରୁ ନାହିଁ। ଚାଷୀ ପାଖରେ ଶୀତଳଭଣ୍ଡାରର ସୁବିଧା ନଥିବାରୁ ଅମଳ ବେଳେ ଶୀତଳଭଣ୍ଡାର ମାଲିକମାନେ ଚାଷୀମାନଙ୍କ ଠାରୁ ଶସ୍ତାରେ ପରିବା କିଣି ଏବେ ତାକୁ ଚଢା ଦାମରେ ବିକ୍ରି କରୁଛନ୍ତି।

Related posts

ଜମ୍ମୁ କଶ୍ମୀର ସୁରକ୍ଷା ନେଇ ବୈଠକ ଡାକିଲେ ଅମିତ ଶାହ

Odisha Halchal

ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା, ପ୍ରେମିକ ବିକାଶକୁ ଝାଡଖଣ୍ଡରୁ ବାନ୍ଧିଲା ପୋଲିସ

Odisha Halchal

ରାଜ୍ୟର ପ୍ରଥମ ଗ୍ରାମୀଣ ସ୍ପେସ୍ ଲ୍ୟାବ୍କୁ ନେଇ ସାମ୍ବାଦିକ ସମ୍ମିଳନୀ

Odisha Halchal

Leave a Comment