ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ କବଜାରେ ATM ଲୁଟେରା

ପୋଲିସ କବଜାରେ ATM ଲୁଟେରା

ନବରଙ୍ଗପୁର:-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ)ବହୁ ଦିନ ଧରି ଚାଲିଥିବା ATM ଲୁଟ୍ ଘଟଣା ର ପରଦା ଫାସ୍ କରିଛି ଉମରକୋଟ ପୋଲିସ । ଦୀର୍ଘ ଦିନ ଧରି ଲୁଟେରା ଜଣକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଙ୍କ ଠାରୁ ଅନେକ ଟଙ୍କା ଲୁଟ କରିଥିଲା । ଲୁଟେରା ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ପୂଜାରିଗୁଡା ଗ୍ରାମର ଚୈତନ ନାଗ ।

ଚୈତନ୍ୟ ATM କାଉଣ୍ଟର ଭିତରେ ପଶି ସାଧାରଣ ତ ବୟସ୍କ ବ୍ୟକ୍ତି ଯେଉଁ ମାନେ ATM ଠିକ୍ ରେ ପରିଚାଳନା କରି ପାରନ୍ତି ନାହିଁ ସେମାନଙ୍କୁ ସାହାଯ୍ୟ କରିବା ବାହାନାରେ ପ୍ରଥମେ ସେମାନଙ୍କ PIN ନମ୍ବର କୁ ଟିପି ନେଉଥିଲା । ପରେ କୌଶଳ କ୍ରମରେ ଭିନ୍ନ ଏକ ATM କାର୍ଡ ଦେଇ ଉକ୍ତ ବ୍ୟକ୍ତି ଙ୍କ ATM କୁ ନେଇ ଯାଉଥିଲା । ପରେ ବିଭିନ୍ନ ATM କାଉଣ୍ଟର ରୁ ଟଙ୍କା ଉଠାଇ ନେଇ ଯାଉଥିଲା । ଏ ନେଇ ଲୁଟ ର ଶିକାର ହେଇଥିବା ଜଣେ ଅବସର ପ୍ରାପ୍ତ ଶିକ୍ଷକ ସେଖ ହସେନ୍ ଉମରକୋଟ ଥାନା ରେ ଏକ ଏତଲା ଦେଇଥିଲେ ।

ଏତଲା କୁ ଆଧାର କରି ଉମରକୋଟ ପୋଲିସ ବିଭିନ୍ନ ଦିଗ କୁ ତଦନ୍ତ ପରିସର କୁ ଆଣିଥିଲା । ଶେଷରେ CCTV କ୍ୟାମେରା ଆଧାର ରେ ଲୁଟେରା କୁ ଚିହ୍ନଟ କରିଥିଲା । ଏବଂ ତଥ୍ୟ ପ୍ରମାଣ ପାଇବା ପରେ ଲୁଟେରା କୁ ଚନ୍ଦାହାଣ୍ଡି ପୂଜାରିଗୁଡ଼ା ଗ୍ରାମରୁ ତା ଘରୁ ଉଠେଇ ଆଣିଥିଲା । ଲୁଟେରା ଠାରୁ ଗୋଟିଏ ମୋଟର ସାଇକେଲ, ୪ ଟି ATM କାର୍ଡ, ଗୋଟିଏ ମୋବାଇଲ ଓ ନଗଦ ୧୦ ହଜାର ଟଙ୍କା ଜବତ କରିଛି । ଏଇ ଲୁଟ୍ ଘଟଣା ରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ତାହା ଅଧିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ଉମରକୋଟ SDPO ଶୁଭେନ୍ଦୁ କୁମାର ଶବର ।

Related posts

ନେତାଜୀଙ୍କ ଜନ୍ମଦିନ ପାଳନ

Odisha Halchal

ଦିନ ଦ୍ୱିପହରରେ ବ୍ୟବସାୟୀଙ୍କ ଠାରୁ ଲୁଟ, ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ଟଙ୍କା

Odisha Halchal

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ,କୋହଳ ହେଲା ନିୟମ

Odisha Halchal

Leave a Comment