ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ ପଞ୍ଚାରେ ଚେନ ଲୁଟେରା

ପୋଲିସ ପଞ୍ଚାରେ ଚେନ ଲୁଟେରା

କଟକ:-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ ) ଚୌଦ୍ଵାର ପୁଲିସ୍ ପଞ୍ଝା ରେ ଧରା ପଡ଼ିଲେ, ୪ଜଣ ନାବାଳକ ସମେତ ୭ଜଣ ଲୁଟେରା।ଚୌଦ୍ୱାର ର ବିଭିନ୍ନ ଦୋକାନ, ଘର, ଓ ମନ୍ଦିର ମାନଙ୍କ ରେ ଚୋରୀ ହେଉଥିବା ଅଭିଯୋଗ ପୁଲିସ ପାଖେ ମାଳ ହୋଈ ପଡ଼ିଥିଲା, ଗତ ୧୩ ତାରିଖରେ ମୁନିସିପାଲଟି ହାଇସ୍କୁଲ ରେ ଜଗୁଆଲି କାମକରୁଥିବା ବ୍ରହ୍ମାନନ୍ଦ ଙ୍କ ଘରୁ ହୋଇଥିଲା ଚୋରି ।

ଏହି ଅଭିଯୋଗ କୁ ଭିତ୍ତିକରି ଆଇଆଇସି ବିରଞ୍ଚି ନାରାୟଣ ପତି କରିଥିଲେ ତଦନ୍ତ। ସହର ରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କୁ ଆଧାର କରି ଚୋର ମାନକୁ ଧରିଥିଲେ । ଚୌଦ୍ଵାର ଚୁଡାଖିଆ ମୁଣ୍ଡା ସାହି ର ମାଟୁ ତାମୁଡ଼ିଆ, ବାବୁ ତାମୁଡ଼ିଆ ଓ ଜଗନ୍ନାଥ ପଡ଼ାର ପିତବାସ ସାହୁ ଙ୍କ ସମେତ ୪ଜଣ ନାବାଳକ କୁ ଗିରଫ କରିଚି ପୋଲିସ ।

ସେମାନଙ୍କ ନିକଟରୁ ୪ଟି ସୁନାଚେନ, ଗୋଟିଏ ହାର, ୫ ଟି ମୁଦି, ଦୁଇ ହଳ କାନଫୁଲ, ଗୋଟିଏ ସଂଖା, ଲକେଟ୍ ଗୋଟିଏ, କାନଫୁଲ ଗୋଟିଏ, ରୁପା ଗରା, ବହୁ ପିତଳ ସାମଗ୍ରୀସହ ନଗଦ ୯୩୯୦ ଟଙ୍କା ଜବତ କରିଛି।

Related posts

ଖ୍ରୀଷ୍ଟିୟାନ ହସ୍ପିଟାଲ ଠାରେ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା ସୁବିଧା

Odisha Halchal

ଚଇତି ପରବ ପାଳନ ବେଳେ ରକ୍ତାକ୍ତ ସଂଘର୍ଷ, ୨ମୃତ

Odisha Halchal

ପ୍ରେମିକକୁ ମାଡ, ପୁଅକୁ ଖୋଜି ଆଣିବା ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ୍

Odisha Halchal

Leave a Comment