ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ ପଞ୍ଚାରେ ଚେନ ଲୁଟେରା

ପୋଲିସ ପଞ୍ଚାରେ ଚେନ ଲୁଟେରା

କଟକ:-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ ) ଚୌଦ୍ଵାର ପୁଲିସ୍ ପଞ୍ଝା ରେ ଧରା ପଡ଼ିଲେ, ୪ଜଣ ନାବାଳକ ସମେତ ୭ଜଣ ଲୁଟେରା।ଚୌଦ୍ୱାର ର ବିଭିନ୍ନ ଦୋକାନ, ଘର, ଓ ମନ୍ଦିର ମାନଙ୍କ ରେ ଚୋରୀ ହେଉଥିବା ଅଭିଯୋଗ ପୁଲିସ ପାଖେ ମାଳ ହୋଈ ପଡ଼ିଥିଲା, ଗତ ୧୩ ତାରିଖରେ ମୁନିସିପାଲଟି ହାଇସ୍କୁଲ ରେ ଜଗୁଆଲି କାମକରୁଥିବା ବ୍ରହ୍ମାନନ୍ଦ ଙ୍କ ଘରୁ ହୋଇଥିଲା ଚୋରି ।

ଏହି ଅଭିଯୋଗ କୁ ଭିତ୍ତିକରି ଆଇଆଇସି ବିରଞ୍ଚି ନାରାୟଣ ପତି କରିଥିଲେ ତଦନ୍ତ। ସହର ରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କୁ ଆଧାର କରି ଚୋର ମାନକୁ ଧରିଥିଲେ । ଚୌଦ୍ଵାର ଚୁଡାଖିଆ ମୁଣ୍ଡା ସାହି ର ମାଟୁ ତାମୁଡ଼ିଆ, ବାବୁ ତାମୁଡ଼ିଆ ଓ ଜଗନ୍ନାଥ ପଡ଼ାର ପିତବାସ ସାହୁ ଙ୍କ ସମେତ ୪ଜଣ ନାବାଳକ କୁ ଗିରଫ କରିଚି ପୋଲିସ ।

ସେମାନଙ୍କ ନିକଟରୁ ୪ଟି ସୁନାଚେନ, ଗୋଟିଏ ହାର, ୫ ଟି ମୁଦି, ଦୁଇ ହଳ କାନଫୁଲ, ଗୋଟିଏ ସଂଖା, ଲକେଟ୍ ଗୋଟିଏ, କାନଫୁଲ ଗୋଟିଏ, ରୁପା ଗରା, ବହୁ ପିତଳ ସାମଗ୍ରୀସହ ନଗଦ ୯୩୯୦ ଟଙ୍କା ଜବତ କରିଛି।

Related posts

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଅନଲାଇନ ମାଧ୍ୟମ ରେ ଆନ୍ତର୍ଜାତିୟ ସମ୍ମିଳନୀ

Odisha Halchal

ସୂର୍ଯ୍ୟୋପରାଗ ସମାପ୍ତ ହେବାର ତୁରନ୍ତ ପରେ ଏହି କାମ ନିଶ୍ଚୟ କରନ୍ତୁ

Odisha Halchal

ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଗର୍ଜିଲେ

Odisha Halchal

Leave a Comment