ଓଡ଼ିଶା ଖବରନ୍ୟୁଜ୍

ରାସ୍ତା ମରାମତି ପାଇଁ ଉଠିଲା ପ୍ରଶ୍ନ

ରାସ୍ତା ମରାମତି ପାଇଁ ଉଠିଲା ପ୍ରଶ୍ନ

କେନ୍ଦ୍ରାପଡା:-ସୋଵଳା ସ୍ପରକୁ ନେଇ ତେଜିଲା ଵିଵାଦ ରାସ୍ତା ମରାମତି ପାଇଁ ଉଠିଲା ପ୍ରଶ୍ନ   lଜମି କ୍ଷତି ପୂରଣ ଦାବି କଲେ ଗ୍ରାମବାସୀ
କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଜଳସେଚନ ଉପଖଣ୍ଡ ଓସ୍ତର ସେକ୍ସନ ଅନ୍ତର୍ଗତ  ସୁବଳା ଗାଁ  ପାରି  ଲୁଣା ନଦୀରେ  ପଥର ସ୍ପର କାର୍ଯ୍ୟ ତ୍ବରାନ୍ୱିତ ହେଉଛି l ଚାଷୀ ଙ୍କ ମୂଲ୍ୟବାନ ଚାଷ ଜମି ସୁରକ୍ଷା ନେଇ ବିଭାଗୀୟ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା ବେଳେ ପ୍ରକଳ୍ପ କୁ ପଥର ବୋଝେଇ ହାଏବା ଯାତାୟତ କରି ଗାଁ ର  ପ୍ରମୁଖ   ରାସ୍ତା କୁ ବିପର୍ଯ୍ୟସ୍ତ କରିଛି  l

ଏପରିକି    ରାସ୍ତା ରେ ଯାନଵାହନ  ଯାତାୟତ ପାଇଁ ଵିପଦରେ ସମ୍ମୁଖୀନ ହେବାକୁ ପଡୁଛି।  ମହାକାଳପଡ଼ା ବ୍ଲକ ତେରଗାଁ ପଂଚାୟତରେ ଅବସ୍ଥିତ ସୂବଳl ଗାଁ ର ଛାତ୍ର ଛାତ୍ରୀ  ସଦାସର୍ବଦା ଗଡ଼ରୋମିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ  କୁ ପାଠପଢି ଯିବାରେ ଅସୁବିଧା ପରିଲକ୍ଷିତ ହେଉଛି lନିଜ ପରିଵାର ର ପ୍ରତିପୋଷଣ କରିବା ପାଇଁ ପାରାଦ୍ବୀପ ଯିଵା ଆସିବା ଓ ରାତିଅଧ ତିନି ପ୍ରହରେ ରୋଗୀକୁ  ମେଡିକାଲ  ନେଇ ଯିବାରେ ବିଶେଷ  ସମସ୍ୟା ସୃଷ୍ଟି ହେଉଛି l

ଏନେଇ ଗାଁ ର ମୁରବି ଛନ୍ଦl ଠୁ ସୂବଳl କୁ ସଂଯୁକ୍ତ  ପ୍ରମୁଖ ରାସ୍ତା   ମରାମତି ପାଇଁ ପ୍ରକଳ୍ପ ସମ୍ପାଦିତ ଠିକାଦାର ଙ୍କୁ ଅନୁରୋଧ କରିଥିଲେ l  ତ୍ୱରିତ ଯାତାୟତ ପଥ ମରାମତି କରିବାକୁ କହି ଦିନ ଗଡ଼ାଇ ଚାଲିଥିବା କଥା ମୁରବି କହନ୍ତି l ସେପଟେ ଠିକାଦାରଙ୍କ ଲୋକେ ପ୍ରକଳ୍ପ ସ୍ଥଳୀ ପାଖ ଚାଷ  ଜମିରେ ଗାଡି ଗଡ଼ିବା ନେଇ ପଥର ରାସ୍ତା ପ୍ରସ୍ତୁତି କରୁଥିବାରୁ  କାମ ପରେ ଜମି ରେ ଚାଷ  ନେଇ  ଅଶାନ୍ତି ପ୍ରକଟ କରିଛନ୍ତି ଚାଷୀ  l ଠିକାଦାର ଟାଳଟୁଳ ନୀତି ଅବଲମ୍ବନ ନକରି  କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ  କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ଉଠୁଛି  l ରାସ୍ତାମରାମତି ଓ କ୍ଷତିପୂରଣ  ଦାବି ଉଠିବା ପରେ  ମଙ୍ଗଳବାର ଠିକାଦାରଙ୍କ ଲୋକେ ପ୍ରକଳ୍ପ ସ୍ଥଳୀ ରୁ ଅନୁପସ୍ଥିତ ଥିଲେ l ଯାହାନେଇ ଠିକାଦାର ଙ୍କ ତରଫରୁ ଚାଷୀ ଓ ଗାଁ ମୁରବି ଙ୍କ ଅଭିଯୋଗ ବିଷୟରେ କୌଣସି ପ୍ରତିକ୍ରିୟା ମିଳିପାରିନି l

Related posts

ରଣବୀରଙ୍କ ପୂର୍ବରୁ ଏହି ସେଲିବ୍ରେଟିମାନଙ୍କ ନ୍ୟୁଡ୍‌ ଫଟୋସୁଟ୍‌ ରହିଛି ଚର୍ଚ୍ଚାରେ

Odisha Halchal

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡାଇକ୩ ଅଞ୍ଚଳର ଗିରଫ

Odisha Halchal

ଶିକ୍ଷକ ଙ୍କୁ ମରଣାତ୍ମକ ଆକ୍ରମଣ

Odisha Halchal

Leave a Comment