ଓଡ଼ିଶା ଖବରନ୍ୟୁଜ୍

କାର୍ତ୍ତିକପୁର୍ଣିମା ଅବସରରେ ଶ୍ରୀକୃଷ୍ଣ ରାସଲୀଳା ଓ ରାହାସ କୀର୍ତ୍ତନ

ନୂଆପଡା:-(ରିପୋର୍ଟ:-ନହର ଅହୀର)କୋମନା ବ୍ଲକ ସ୍ଥିତ ସ୍ଥାନୀୟ କୋମନାରେ ଶ୍ରୀକୃଷ୍ଣ ରାସଲୀଳା ଉତ୍ସବ ପାଳନ ହୋଇଯାଇଛି. ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ କୋମନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା କୁମ୍ଭାର, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଜୟଦେବ ପ୍ରଧାନ, ଉପାଧକ୍ଷ, ପଂଚାୟତ ସମିତି, କୋମନା, ଓଟିଭି, ନୂଆପଡା ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ମାୟାଧର ସରାଫ ଯୋଗଦାନ କରିଥିଲେ.

ଏହି ଉତ୍ସବରେ ଶ୍ରୀକୃଷ୍ଣ, ବଳରାମ, କଂସ, ରାଧା, ଦୁତି, ପ୍ରଭୁତି ଭୂମିକାରେ ଦକ୍ଷତାର ସହିତ ନୃତ୍ୟ ପ୍ରଦର୍ଶନ କରିଥିଲେ. ଅନୁରୂପ ଭାବେ କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ଯେଠୁପାଲି ଗ୍ରାମରେ ସଂକୀର୍ତନ ଦଳ ରାହାସ କୀର୍ତ୍ତନ ନୃତ୍ୟ କରିଥିଲେ. ଗାୟକ ଶ୍ରୀ ନୀଳାମ୍ବର ନାଏକ ଓ ବାୟକ ଭାବେ ଦୀନବନ୍ଧୁ ରାଉତ ଥିଲେ. ଘାସିରାମ ପ୍ରଧାନୀ ଓ ମହାଦେବ ପ୍ରଧାନୀ ଛନ୍ଦ ଓ ଚମ୍ପୁ ଶିକ୍ଷା ଦେଇଥିଲେ.ଶ୍ରୀ ଚୈତନ୍ୟ ମହାପ୍ରଭୁ ଓ ଗୌରାଙ୍ଗ ଦାସଙ୍କ ଭଜନ ସଂକୀର୍ତନରେ ଗାଁ ଦାଣ୍ଡ ଉଛୁଳି ଉଠୁଥିଲା.

କାର୍ତ୍ତିକ ମାସ ହେଉଛି ପୁଣ୍ୟ ମାସ. ଏହି ମାସରେ ପଞ୍ଚୁକ ପାଞ୍ଚ ଦିନ ବଗ ମଧ୍ୟ ନିଜ ଆହାର ଛାଡିଦିଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି. ଏହି ପାଞ୍ଚ ଦିନ କାର୍ତ୍ତିକେଶ୍ୱର ମହାପ୍ରଭୁଙ୍କ ପୂଜା ଚାଲେ. କାର୍ତ୍ତିକ ପୁର୍ଣିମା ଦିନ ସଂକୀର୍ତନ ଦଳ ଗୁଡିକ ହରିନାମ କୀର୍ତ୍ତନ କରନ୍ତି. ହବିଷ୍ୟାଳି ମାନେ ପୁରୀଧାମ ଯାଇ ବ୍ରତ ପାଳନ କରନ୍ତି. ଏହି ମାସରେ ରାଇ ଦାମୋଦର ବେଶ ଦର୍ଶନ କରି ଭକ୍ତମାନେ ନିଜ ଜୀବନକୁ କୃତାର୍ଥ କରିଥାନ୍ତି.

Related posts

ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଲେ ଚାଷୀ

Odisha Halchal

ନଦୀରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

Odisha Halchal

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡ

Odisha Halchal

Leave a Comment