ଓଡ଼ିଶା ଖବରନ୍ୟୁଜ୍

ମାଂସ ବିରିୟାନି ଖାଇବାକୁ ନେଇ ମୁହାଁମୁହିଁ

ମାଂସ ବିରିୟାନି ଖାଇବାକୁ ନେଇ ମୁହାଁମୁହିଁ

ଭୁବନେଶ୍ୱର:- ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ଗ୍ରହଣ ମାଂସ ବିରିୟାନି ଖାଇବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ହେତୁବାଦୀ ଏବଂ ପରମ୍ପରାବାଦୀ। ରାଜଧାନୀ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ହେତୁବାଦୀମାନେ ସାମୂହିକ ଭୋଜନର ଆୟୋଜନ କରିଥିଲେ। ବ୍ରହ୍ମପୁରରେ ବଜରଙ୍ଗ ଦଳ ଏବଂ ପରମ୍ପରାବାଦୀମାନେ ଏହାକୁ ବିରୋଧ କରିଥିଲେ। ହେତୁବାଦୀଙ୍କୁ ବିରୋଧ କରି ପରମ୍ପରାବାଦୀ ଏବଂ ବଜରଙ୍ଗ ଦଳ ସାମୂହିକ ଭୋଜି ପ୍ରସ୍ତୁତ ସ୍ଥାନରେ ପହଞ୍ଚିବା ପରେ ସ୍ଥିତି ଅଣଆୟତ ହୋଇଥିବା ଦେଖିବାକୁ ମିଳିଛି।

ଏହି ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ଯୁକ୍ତି ତର୍କ ହୋଇଥିଲା। ଏହାପରେ ପରମ୍ପରାବାଦୀମାନେ ହେତୁବାଦିଙ୍କ ବ୍ୟାନର ଚିରିବା ସହିତ ସେମାନଙ୍କ ଉପରକୁ ଗୋବର ମାଡ଼ କରିଥିଲେ। ଫଳରେ ଉଭୟ ପକ୍ଷ ଧସ୍ତାଧସ୍ତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।

ଅନ୍ୟପଟେ ଭୁବନେଶ୍ୱରରେ ମଧ୍ୟ ଦୁଇ ପକ୍ଷଙ୍କ ମଧ୍ୟରେ ଡେଲାପଥର ମାଡ଼ ହୋଇଥିବା ଖବର ରହିଛି । ରାଜଧାନୀର ଲୋହିୟା ଏକାଡେମୀରେ ହେତୁବାଦୀମାନେ ଏକ ସାମୂହିକ ଭୋଜି ସହିତ ଏକ ଆଲୋଚନା ଚକ୍ର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ବେଳେ ପରମ୍ପରାବାଦୀ ଏବଂ ବଜରଙ୍ଗ ଦଳ ଆସି ଏହାକୁ ବିରୋଧ କରିଥିଲେ । ଏହି ସମୟରେ ଦୁଇ ପକ୍ଷଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଦୁଇ ପକ୍ଷ ବିଧା ଗୋଇଠା ମାରିବା ସହିତ ଉଭୟଙ୍କ ଉପରକୁ ଢେଲା ପଥର ମାଡ଼ କରିଥିଲେ ।

Related posts

ନାବାଳିକାକୁ ଏକ ମାସ ଧରି ଦୁସ୍କର୍ମ ଅଭିଯୋଗ

Odisha Halchal

ସୁପ୍ରିମକୋର୍ଟରେ ନୋଟ୍ ବନ୍ଦୀ ମାମଲାରେ ଶୁଣାଣି

Odisha Halchal

ଜିଲ୍ଲାରୁ ତିନିଜଣ ଜାତୀୟ ସମ୍ମାନରେ ପୁରସ୍କୃତ

Odisha Halchal

Leave a Comment