ଓଡ଼ିଶା ଖବରନ୍ୟୁଜ୍

ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ

ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ

କଟକ:-ମହାମାରୀ କରୋନା ପାଇଁ ରାଜ୍ୟରେ ସମସ୍ତ ପ୍ରକାର ପର୍ବପର୍ବାଣୀ ବନ୍ଦ ରହିଥିଲା । ଯାହାକି ଚଳିତ ଥର କିଛି ମାତ୍ରାରେ ଅନୁଷ୍ଠିତ ହେଉଛି । ତେବେ କଟକରେ ଚଳିତ ଥର ସରକାରଙ୍କ ନିୟମ ଅନୁଯାୟୀ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ବାଲିଯାତ୍ରା ଆରମ୍ଭ ହୋଇଛି । ଯାହାକୁ ଆଜି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ।

ତେବେ ମହାନଦୀ ପଠାରେ ଆଜିଠାରୁ ୯ ଦିନ ଧରି ଏହି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ମେଳା ଚାଲିବ । ଯେଉଁଥିରେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ ସାମିଲ ହେବେ । ଦୋଳି ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ, କଟକ ଇନ କଟକ ପାଭେଲିୟନ ପରିକଳ୍ପନା କରାଯାଇଛି ।

ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ତେବେ ଏହି ଉଦଘାଟନୀ ଉତ୍ସବରେ କଟକ ମେୟର ସୁବାସ ସିଂଙ୍କ ସମେତ ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଦି ଉପସ୍ଥିତ ଥିଲେ । ତେବେ ବିଗତ ୨ବର୍ଷ ପରେ ଚଳିତ ଥର ପୁଣି ଥରେ ଆରମ୍ଭ ହୋଇଛି କଟକର ଐତିହାସିକ ମେଳା ବାଲିଯାତ୍ରା । ଯାହାକୁ ନେଇ କଟକବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

Related posts

ପୁଣି କାନ୍ଧରେ ବୁହା ହେଲା ଗର୍ଭବତୀ ମହିଳା

Odisha Halchal

ଭାରତ ଆସିବେ ଜଷ୍ଟିନ୍ ବିବର! ଅକ୍ଟୋବରରେ ଦେବେ ପ୍ରସ୍ତୁତି, ଟିକେଟ୍ ୪୦୦୦ ଟଙ୍କାରୁ ଆରମ୍ଭ

Odisha Halchal

ମାଲକାନଗିରିରେ ପୁଣି ବଢିଲା ତୈଳ ଦର, ୧୧୬ ଡେଇଁଲା ପେଟ୍ରୋଲ ଦାମ୍

Odisha Halchal

Leave a Comment