ଓଡ଼ିଶା ଖବରନ୍ୟୁଜ୍

ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ, ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ

ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ, ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ

ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କୁଆଁରଗାଁ ସ୍କୁଲ ଶିକ୍ଷକ ସୁଦାମ ଚରଣ ପୁରୋହିତ । ଖୋଲାନ ପଞ୍ଚାୟତରେ ପ୍ରିଜାଇଡିଂ ଅଫିସର ଥିଲେ ସୁଦାମ ଚରଣ ପୁରୋହିତ ।

ବାଲାଟ ପେପର ଓ ଭୋଟବାକ୍ସ ଡିପୋଜିଟ କରି ବାଇକରେ ଘରକୁ ଫେରୁଥିବା ବେଳେ ଟିଟିଲାଗଡ଼ନିକଟ ଗୋଏଲଭାଡି ନିକଟରେ ଦୁର୍ଘଟଣା ଘଟିଥିଲା । ଗୋଏଲଭାଡି ଛକ ନିକଟରେ ପୋଲିସ ପୋଲିସ ବସ୍ ହଠାତ ବ୍ରେକ ଦେବାରୁ ବାଇକରେ ଥିବା ପ୍ରିଜାଇଡିଂ ଅଫିସର ପଛରେ ପିଟି ହୋଇଥିଲେ ।

ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ପୋଲିସ ପ୍ରଥମେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଚେକଅପ୍ ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ମୃତ ଶିକ୍ଷକଙ୍କ ପରିବାର ଜଣଙ୍କୁ ସରକାରୀ ଚାକିରୀ ଏବଂ ସହାୟତା ଦାବି କରିଛନ୍ତି ପରିବାର ଲୋକେ ।

Related posts

ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବ୍ୟାଙ୍କ

Odisha Halchal

ରାଜ୍ୟ ସ୍ତରୀୟ ବେଟ୍ ବିଣ୍ଟନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି

Odisha Halchal

ମୂଲ୍ୟ ବୃଦ୍ଧି କଲେ ହିନ୍ଦୁସ୍ତାନ ୟୁନିଲିଭର, ଗୋଟିଏ ଝଟକାରେ ୨୦% ମହଙ୍ଗା ହୋଇଗଲା ସାବୁନ ଓ ଡିଟର୍ଜେଣ୍ଟ

Odisha Halchal

Leave a Comment