ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସମୟ ଏବଂ କେଉଁ ସମୟରୁ ହେବ

ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସମୟ ଏବଂ କେଉଁ ସମୟରୁ ହେବ

କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସମୟ ଏବଂ କେଉଁ ସମୟରୁ ହେବ ପାକତ୍ୟାଗ ଓ ଦେବନୀତି ନିଷେଧ
ବର୍ଷ ୨୦୨୨ର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୮ରେ ଲାଗିବାକୁ ଯାଉଛି। ଏହି ଚନ୍ଦ୍ରଗ୍ରହଣ ଦ୍ୱିପ୍ରହର ୨ଟା ୩୮ ମିନିଟ୍‌ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୮ ମିନିଟ୍ ପର୍ଯ୍ୟନ୍ତ ରହିବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଥିବା ଏହି ଚନ୍ଦ୍ରଗ୍ରହଣ ପାଇଁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ସକାଳ ୮ଟା ୨୯ ମିନିଟ୍‌ରୁ ଆରମ୍ଭ ହୋଇଯିବ।

ଚନ୍ଦ୍ରଗ୍ରହଣର ମୋକ୍ଷ କାଳ ସନ୍ଧ୍ୟା ୬ଟା ୧୮ ମିନିଟ୍‌ ରହିବ। କହି ରଖୁଛୁ, ଏହି ଚନ୍ଦ୍ରଗ୍ରହଣ ଭାରତ ସହ ଅନ୍ୟ କେତେକ ଦେଶରେ ମଧ୍ୟ ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହଣ ଭରଣୀ ନକ୍ଷତ୍ର ଏବଂ ମେଷ ରାଶିରେ ଲାଗିବ। ଆସନ୍ତୁ ଜାଣିବା ଚଳିତ ବର୍ଷ ଶେଷ ଚନ୍ଦ୍ରଗ୍ରହଣ ସହ ଜଡ଼ିତ କିଛି ଜରୁରୀ କଥା…କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ୮ ନଭେମ୍ବରରେ ଲାଗିବାକୁ ଯାଉଛି ଚନ୍ଦ୍ରଗ୍ରହଣ। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ଏହା ଦୃଶ୍ୟମାନ ହେବ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ୮ ନଭେମ୍ବର ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଏହା ଭାରତର ଦିଲ୍ଲୀ, କୋଲକାତା, ରାଞ୍ଚି, ପାଟନା, ବେଙ୍ଗାଲୁରୁ, ମୁମ୍ବାଇ, ଗୌହାଟୀ ସମେତ ଅନ୍ୟାନ୍ୟ ସହରରେ ଦେଖାଯିବ। ଜ୍ୟୋତିଷ ଶାସ୍ତ୍ର ମୁତାବକ, ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ।

ଖଡ଼ୀରତ୍ନ ପଞ୍ଜିକା ଅନୁସାରେ ଚନ୍ଦ୍ରଗ୍ରହଣର ସମୟ
ଗ୍ରହଣ ଦିନ ପୁରୀକୁ ଚନ୍ଦ୍ରୋଦୟ: ସନ୍ଧ୍ୟା ୫ଟା ୫ ମିନିଟ୍‌ ୫୯ ସେକେଣ୍ଡ
ପୁରୀକୁ ଗ୍ରହଣ ସ୍ପର୍ଶ: ଦିନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡ
ସର୍ବମୋକ୍ଷ: ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ
ଗ୍ରହଣ ଅବଧି (ଦୃଶ୍ୟକାଳ): ୧ ଘଣ୍ଟା ୧୨ ମିନିଟ୍‌ ୪୮ ସେକେଣ୍ଡ
ପାକତ୍ୟାଗ/ ଅନ୍ନଭୋଜନ/ଦେବନୀତି ନିଷେଧ: ସକାଳ ୮ଟା ୨୯ ମିନିଟ୍ ରୁ ସନ୍ଧ୍ୟା ୬ଟା ୧୯ ମିନିଟ୍

ଚନ୍ଦ୍ରଗ୍ରହଣ ଦିନ କ’ଣ କରିବେ ନାହିଁ ଜ୍ୟୋତିଷଙ୍କ ମାନ୍ୟତା ଅନୁସାରେ, ଚନ୍ଦ୍ରଗ୍ରହଣ ସମୟରେ ଭୋଜନ ତିଆରି କରିବା ସମ୍ପୂର୍ଣ୍ଣ ନିଷେଧ। ଗ୍ରହଣ ସମୟରେ ପୂଜା କରିବା ମଧ୍ୟ ନିଷେଧ ହୋଇଥାଏ। ଏହି ସମୟରେ ମନ୍ଦିର କବାଟ ବନ୍ଦ କରି ଦିଆଯାଇଥାଏ। ଆପଣ ମଧ୍ୟ ନିଜ ଘରର ଠାକୁର ଘର କବାଟ ବନ୍ଦ କରିଦେବା ଉଚିତ୍। ଗ୍ରହଣ ସମୟରେ ଶୋଇବା ଆଦୌ ଉଚିତ୍ ନୁହେଁ। ଏହା ବ୍ୟତୀତ ଗ୍ରହଣ ଲାଗିଥିବା ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରିବା ମଧ୍ୟ ଉଚିତ୍ ନୁହେଁ। ଗ୍ରହଣ ସମୟରେ ନ ଶୋଇ ନିଜ ଇଷ୍ଟ ଦେବଦେବୀଙ୍କ ମନ୍ତ୍ର ଜପ କରିବା ଶୁଭ ହୋଇଥାଏ।

Related posts

ମିଶନ ଶକ୍ତି ମହିଳାଙ୍କ ଉନ୍ନତି ନା ରେ ହାରିଲୁଟ

Odisha Halchal

ସିଦ୍ଧେଶ୍ବର କୃଷକ ଉତ୍ପାଦକ ସଂଘର ସଭା ଅନୁଷ୍ଠିତ

Odisha Halchal

ନଭେମ୍ବରରେ ପୁଣି ଏକ ଘୂର୍ଣ୍ଣିବଳୟ, ୭ ସୁଦ୍ଧା ଏହା ନେଇପାରେ ଲଘୁଚାପ ରୂପ

Odisha Halchal

Leave a Comment