ଅପରାଧଓଡ଼ିଶା ଖବରନ୍ୟୁଜ୍

ପୁଲିସ ଇନ୍‌ଫର୍ମର ସନ୍ଦେହରେ ମୁଣ୍ଡ ନେଲେ, ପରେ ଗାଡ଼ି ଜାଳିଦେଲେ

ପୁଲିସ ଇନ୍‌ଫର୍ମର ସନ୍ଦେହରେ ମୁଣ୍ଡ ନେଲେ, ପରେ ଗାଡ଼ି ଜାଳିଦେଲେ

କନ୍ଧମାଳ ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଥିବା ବେଳେ ଠିକା କମ୍ପାନୀର ୫ଟି ଗାଡିକୁ ଜାଳି ଦେଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳକଣ୍ଠ ମଲିକ।ଗତକାଲି କିଛି ସଶସ୍ତ୍ର ନକ୍ସଲ ନୀଳକଣ୍ଠଙ୍କ ଘରକୁ ଆସି ତାଙ୍କୁ ଡାକି ନେଇଥିଲେ। ପରେ ତାଙ୍କର ଗଳାକାଟି ହତ୍ୟା କରିଥିଲେ।

କେକେବିଏନ ସିପିଆଇ ନକ୍ସଲ ଡିଭିଜନାଲ କମିଟି ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।ସେହିପରି ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ ଜାର୍ଗୀ ନିକଟ ପିପାଲିରେ ରାସ୍ତା ନିର୍ମାଣ କରୁଥିବା ଏକ ଠିକା କମ୍ପାନୀର ୫ଟି ଗାଡିକୁ ନକ୍ସଲ ମାନେ ଜାଳି ଦେଇଛନ୍ତି। ନକ୍ସଲ ଠିକା କମ୍ପାନୀର ଜେସିବି, ଟ୍ରାକ୍ଟର ଓ ମିକ୍ଚର ମେସିନକୁ ଜାଳି ଦେବା ସହ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଛାଡି ଯାଇଛନ୍ତି।

ଗତ ୧୧ ତାରିଖରେ କୁନାସେଲ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ନକ୍ସଲମାନେ ବିରୋଧ କରିଛନ୍ତି। ଏଥିପାଇଁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦକୁ ସଫଳ କରିବାକୁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି।

Related posts

ଓଲଟିଲ ଧାନ ବୋଝେଇ ଟ୍ରକ,ଅଳ୍ପକେ ବର୍ତିଲେ ଡ୍ରାଇଭର

Odisha Halchal

ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର

Odisha Halchal

ଏଥର ପ୍ରଚାରରେ ରହିବନି କୋଭିଡ କଟକଣା

Odisha Halchal

Leave a Comment