ମାଲକାନଗିରି :- (ରିପୋର୍ଟ:- କ୍ରିଷ୍ଣପଦୋ ରାୟ) ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ 63 ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
ଦେଶରେ ଶାନ୍ତି ସୁଙ୍ଖଳା ରକ୍ଷା କରିବା ରେ ପୋଲିସ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୋରନା ଭଳି ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଦେଶରେ ଶାନ୍ତି ସୁଙ୍ଖଳା ରକ୍ଷା କରିଥିଲେ ।
ତେବେ ନିଜ କାର୍ଯ୍ୟ ତୁଲାଇବା ସମୟରେ ଅନେକ ପୋଲିସ ନିଜ ଜୀବନ ହରାଇ ସହିଦ ହୋଇଛନ୍ତି । ସେହି ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ବିରତା ସମ୍ବନ୍ଧରେ ଆଲୋଚନା ହୋଇଥିଲା ଜିଲ୍ଲା ପୋଲିସର ସମସ୍ତ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।